ଆର୍ଯ୍ୟନ ଖାନଙ୍କ ଡ୍ରଗ୍ସ ପାର୍ଟି ମାମଲାରେ କୋର୍ଟ କହିଲେ ଷଡ଼ଯନ୍ତ୍ର ହୋଇଥିବା ପ୍ରମାଣ ନାହିଁ

21

ବଲିଉଡ ଅଭିନେତା ଶାହରୁଖ ଖାନଙ୍କ ପୁଅ ଆର୍ଯ୍ୟନ ଖାଁ ଙ୍କ ଡ୍ରଗ୍ସ ଲିଙ୍କ ମାମଲାରେ ଆଜି ବମ୍ବେ ହାଇକୋର୍ଟଙ୍କ ପକ୍ଷରୁ ଜାରି ହୋଇଥିବା ଜାମିନ ଅର୍ଡରେ କୁହାଯାଇଛି ଯେ ଆର୍ଯ୍ୟନ ଖାନ, ଅରବାଜ ମରଚାଣ୍ଟ ଓ ମୁନମୁନ ଧମେଚାଙ୍କ ମଧ୍ୟରେ ଡ୍ରଗ୍ସ ଜନିତ ଅପରାଧ ଘଟାଇବା ପାଇଁ କୌଣସି ଷଡ଼ଯନ୍ତ୍ର ହୋଇଥିବାର ପ୍ରମାଣ ମିଳିନି।ସେମାନଙ୍କ ମଧ୍ୟରେ ହୋଇଥିବା ହ୍ୱାଟସଆପ ଚାଟରୁ କୌଣସି ପ୍ରକାରର ଆପତ୍ତିଜନକ ବିଷୟବସ୍ତୁ ମିଳିନି। । ଖାଲି ସେତିକି ନୁହେଁ, ଆର୍ଯ୍ୟନଙ୍କ ଲିଙ୍କ ବିଦେଶରେ ରହୁଥିବା ଡ୍ରଗ୍ସ ପେଡେଲରଙ୍କ ସହ ରହିଥିବା ମଧ୍ୟ ଏନସିବି ଅଭିଯୋଗ କରିଥିଲା। ତେବେ ସମସ୍ତ ଅଭିଯୁକ୍ତ ମିଳିତ ଭାବେ ଓ ଜାଣିଶୁଣି ବେଆଇନ କାର୍ଯ୍ୟ କରିବାକୁ ଏକାଠି ହୋଇଥିବାର କୌଣସି ପ୍ରମାଣ କୋର୍ଟଙ୍କ ନିକଟରେ ଉପସ୍ଥାପନ କରାଯାଇ ନ ଥିବାରୁ ତାଙ୍କୁ ଜାମିନ ମିଳିବା ଯଥାର୍ଥ । କୋର୍ଟ ଆହୁରି ଏହା ମଧ୍ୟ କହିଛନ୍ତି କି ସେମାନେ ୩ ଜଣ ଏକାଠି ଗୋଟିଏ କ୍ରୁଜରେ ଯାଇଥିବାର ଅର୍ଥ ନୁହେଁ କୌଣସି ବେଆଇନ କାର୍ଯ୍ୟ କରିବାକୁ ଷଡଯନ୍ତ୍ର ହେଉଛି ବୋଲି Iଏଥିସହ କୋର୍ଟ କହିଛନ୍ତି, ଅଧିକାର ନଥିବା ତଦନ୍ତକାରୀ ଅଧିକାରୀଙ୍କ ଆଗରେ ରେକର୍ଡ ହୋଇଥିବା ବୟାନ ଉପରେ ଏନସିବି କେବେ ହେଲେ ନିର୍ଭର କରିପାରିବ ନାହିଁ।
ସୂଚନାଯୋଗ୍ୟ, ଅକ୍ଟୋବର ୩ରେ ଏନସିବି ଆର୍ଯ୍ୟନଙ୍କ ସହ ପ୍ରାୟ ୭ ଜଣ ଅଭିଯୁକ୍ତଙ୍କୁ ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟିରୁ ଗିରଫ କରିଥିଲା। ଏହାର ପ୍ରାୟ ୨୭ ଦିନ ପରେ ଆର୍ଯ୍ୟନଙ୍କୁ ବମ୍ବେ ହାଇକୋର୍ଟ ଜାମିନ ଦେଇଥିଲେ

Leave A Reply

Your email address will not be published.