‘ମିଶନ ୟୁପି’ ଜାରି ରହିବ : ରାକେଶ ଟିକାୟତ

25

ଗତ କାଲି ପ୍ରଧାନ ମନ୍ତ୍ରୀ ଦେଶ ହିତ ରେ ଦେଇଥିବା ଅଭିଭାଷଣ ରେ ୩ଟି ବିବାଦୀୟ କୃଷି ଆଇନକୁ ପ୍ରତ୍ୟାହାର ଘୋଷଣା କରିଛନ୍ତି I ଏହା ସତ୍ତ୍ୱେ ଚାଷୀ ସଂଗଠନ ଗୁଡିକ କେନ୍ଦ୍ର ସରକାର ଙ୍କ ଉପରେ ସନ୍ତୁଷ୍ଟ ହୋଇ ନାହାନ୍ତି I ଆସନ୍ତାବର୍ଷ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ହେବାକୁ ଥିବାବେଳେ ଚାଷୀ ସଂଗଠନ ଗୁଡିକ ବିଜେପି ବିରୋଧରେ ପ୍ରଚାର କରିବେ ବୋଲି କହିଥିଲେ। ସମ୍ଭବତଃ ପରାଜୟ ଭୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ଷକ ତଳେ ଜାରି କରିଥିବା କୃଷି ଆଇନ କୁ ପ୍ରତ୍ୟାହାର କରିଥିବା ଆଲୋଚନା ହେଉଛି I
ସେହିପରି ଚାଷୀ ନେତା ରାକେଶ ଟିକାୟତ ଆଜି ତାଙ୍କ ବୟାନ ରେ କହିଛନ୍ତି କି କୃଷି ଆଇନ ପ୍ରତ୍ୟାହାର ହେଲେ ମଧ୍ୟ ମିଶନ ୟୁପି ବନ୍ଦ ହେବନି। ସେମାନେ(ବିଜେପି ନେତା) ଆମକୁ ଗୁଣ୍ଡା ଠାରୁ ଆରମ୍ଭ କରି ଆତଙ୍କବାଦୀ କହିଛନ୍ତି। ତେଣୁ ଏହାର ଜବାବ ସେମାନଙ୍କୁ ଦେବାକୁ ପଡ଼ିବ ବୋଲି ସେ ଘୋଷଣା କରିଛନ୍ତି।
ରାକେଶ ଟିକାୟତ ଗୋଟିଏ ଜାତୀୟ ଗଣମାଧ୍ୟମକୁ କହିଛନ୍ତି, ପ୍ରଧାନମନ୍ତ୍ରୀ କୃଷି ଆଇନକୁ ପ୍ରତ୍ୟାହାର କରିନେବେ ବୋଲି କେବେ ହେଲେ ଆଶା ନଥିଲା। ତଥାପି ଆମର ମିଶନ ୟୁପି ଜାରି ରହିବ। ୨୨ ନଭେମ୍ବରରେ ଲକ୍ଷ୍ନୌରେ ଚାଷୀଙ୍କ ମହାପଞ୍ଚାୟତ ବସିବ। ଆମ ବିରୋଧରେ କାର୍ଟୁନ ବନାଗଲା। ଆମକୁ ଗୁଣ୍ଡା କୁହାଗଲା। ଏସବୁ କଥା ମହାପଞ୍ଚାୟତରେ ଉଠାଯିବ।
ସରକାର ଚାଷୀଙ୍କ ସହ ଆଲୋଚନା କରନ୍ତୁ। ଏହାପରେ ହିଁ ସମାଧାନ ବାହାରିବ। ଆମର ବିକ୍ଷୋଭ କୌଣସି ରାଜନୀତିକ ଦଳ କଥାରେ ଚାଲି ନଥିଲା କିମ୍ବା ଚାଲିବ ନାହିଁ। ଏମଏସ୍‌ପି ଉପରେ ଆଇନଗତ ମାନ୍ୟତା ମଧ୍ୟ ଗୋଟିଏ ପ୍ରସଙ୍ଗ। ଏହି ଦାବି ପୂରଣ ହୋଇନି। ଆଗକୁ କ’ଣ କରାଯିବ, ସେକଥା ସଂଯୁକ୍ତ କିଷାନ ମୋର୍ଚ୍ଚା ବୈଠକରେ ନିଷ୍ପତ୍ତି ହେବ ବୋଲି ସେ କହିଛନ୍ତି।

Leave A Reply

Your email address will not be published.