ଭୁବନେଶ୍ୱରର ବାୟୁ ପ୍ରଦୂଷଣ ପ୍ରଚଣ୍ଡ ହେଲାଣି , ଆଗକୁ ଦିଲ୍ଲୀଠାରୁ ଭୟଙ୍କର ସ୍ଥିତି ହୋଇପାରେ

19

ଦେଶର ରାଜଧାନୀ ଦିଲ୍ଲୀର ଅବସ୍ଥା ବର୍ତ୍ତମାନ ସାଙ୍ଘାତିକ । ସେଠାରେ ବାୟୁ ପ୍ରଦୂଷଣର ମାତ୍ରା ଏତେ ବଢ଼ିଯାଇଛି ଯେ ତାହା ଶରୀର ପକ୍ଷେ ଅତ୍ୟନ୍ତ ଭୟଙ୍କର । କିଛିଦିନ ପୂର୍ବରୁ ସେଠାରେ ଏୟାର କ୍ୱାଲିଟି ଇଣ୍ଡେକ୍ସ ପାଖାପାଖି ୩୮୬ ରହିଥିବାରୁ ପରିସ୍ଥିତିକୁ ଦୃଷ୍ଟିରେ ରଖି ଦୁଇଦିନ ପାଇଁ ଲକଡାଉନ ଲାଗୁ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ । ତେବେ ପ୍ରଦୂଷଣକୁ ନେଇ ବର୍ତ୍ତମାନ କୌଣସି ନିଷ୍କର୍ସ ବାହାରିନଥିବା ବେଳେ ବର୍ତ୍ତମାନ ଦିଲ୍ଲୀରେ ସ୍କୁଲ ବନ୍ଦ କରାଯାଇ ୱାର୍କ ଫ୍ରମ ହୋମ୍ କରିବାକୁ କୁହାଯାଇଛି ।ଏପରିସ୍ଥଳେ ଯଦି ଓଡ଼ିଶାର ରାଜଧାନୀ ଭୁବନେଶ୍ୱରର କଥା ଆଲୋଚନା କରିବା, ତେବେ ଏଠାରେ ମଧ୍ୟ ସ୍ଥିତି କିଛି ଭଲ ନାହିଁ । ଗତ ଦିପାବଳୀରେ ଏଠାରେ ଏକ୍ୟୁଆଇ ୨୧୮ ଥିବା ବେଳେ ବର୍ତ୍ତମାନ ୧୦୦ ତଳକୁ ଖସୁନାହିଁ । ତେବେ ବାସ୍ତବରେ ଭୁବନେଶ୍ୱରର ଏକ୍ୟୁଆଇ ଆହୁରି ଯଥେଷ୍ଟ ଅଧିକ ବୋଲି ପ୍ରାଇଭେଟ୍ ସଂସ୍ଥାଙ୍କ ରିପୋର୍ଟରୁ ଜଣାପଡ଼ିଛି । ଏଠାରେ କୁହାଯାଇପାରେ ଯେ, ଦିଲ୍ଲୀରେ ବାୟୁ ପ୍ରଦୂଷଣ ଗୋଟିଏ ଦିନରେ ହୋଇନାହିଁ । ପୂର୍ବରୁ ସେଠାକାର ସ୍ଥିତି ନେଇ କେହି ଗୁରୁତ୍ୱ ଦେଉନଥିଲେ । ଅନୁରୂପ ଭାବେ ଭୁବନେଶ୍ୱରର ଅବସ୍ଥା ଭୟଙ୍କର ଆଡ଼କୁ ଗତି କରିବା ପୂର୍ବରୁ ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ । ଟ୍ରାଫିକ ପୋଲିସ ତଥ୍ୟ ଅନୁଯାୟୀ, ଭୁବନେଶ୍ୱରରେ ଦୈନିକ ପ୍ରାୟ ୧୦ ଲକ୍ଷରୁ ଅଧିକ ଗାଡ଼ି ଚଳାଚଳ କରୁଛି । ଏହାବ୍ୟତୀତ ସହର ବାହାରର ଲକ୍ଷ ଲକ୍ଷ ଗାଡ଼ି ମଧ୍ୟ ଏଠାକୁ ଯା’ ଆସ କରୁଛି । ଏଠାରେ ଗଳିକନ୍ଦିରେ ପ୍ରାୟ ସବୁ ସମୟରେ ରାସ୍ତା କାର୍ଯ୍ୟ ଚାଲୁଛି । ଅନେକ କୋଠାବାଡ଼ି ନିର୍ମାଣ ଜାରି ରହିବା ଫଳରେ ଅନେକ ପରିମାଣରେ ଧୂଳୁ ଉଡ଼ୁଛି । କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ ଚିହ୍ନଟ କରିଥିବା ୧୦୨ଟି ସହର ମଧ୍ୟରେ ଭୁବନେଶ୍ୱର, କଟକ, ଅନୁଗୁଳ, ତାଳଚେର, ବାଲେଶ୍ୱର ଓ ରାଉରକେଲା ସ୍ଥାନ ପାଇଥିଲେ ହେଁ ପ୍ରଦୂଷଣ ହ୍ରାସ ନେଇ କୌଣସି ପ୍ଲାନିଂ ହୋଇନାହିଁ । ଏ ଦିଗରେ ଯଦି ଖୁବଶୀଘ୍ର ଆକ୍ସନ ନିଆ ନଯାଏ, ତେବେ ଦିଲ୍ଲୀ ପରି ଓଡ଼ିଶାରେ ମଧ୍ୟ ମାସ୍କ ପିନ୍ଧି ଚାଲିବାକୁ ପଡ଼ିବ ।

Leave A Reply

Your email address will not be published.