ମୟୁରଭଂଜ ରେ ଶୁଭାରମ୍ଭ ହେଲା ରେଳ ସଂଗ୍ରହାଳୟ

26

ମୟୁରଭଞ୍ଜ ଇତିହାସରେ ଯୋଡ଼ି ହେଲା ଆଉ ଏକ ଫର୍ଦ୍ଦ । ଶୁଭାରମ୍ଭ ହେଲା ରେଳ ସଂଗ୍ରହାଳୟ । କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହାର ଶୁଭାରମ୍ଭ କରିଛନ୍ତି । ଏହା ଜିଲ୍ଲାବାସୀଙ୍କ ପାଇଁ ଗର୍ବ ଓ ଗୌରବ ଘଟଣା । ମୟୂରଭଂଜ ରାଜ ପରିବାର ଏହାକୁ ସ୍ୱାଗତ କରିଛନ୍ତି ।
ଯେତେବେଳେ ରେଳ ଗାଡି ବାବଦରେ ଓଡିଶା କିଛି ବି ଜାଣିନଥିଲା, ସେତେବେଳେ ମୟୂରଭଂଜରେ ଗଡିଥିଲା ବାଷ୍ପଚାଳିତ ରେଳ । ବାରିପଦାରୁ ରୂପସା ଯାଏଁ ରେଳ ଗଡାଇଥିଲେ ମୟୂରଭଂଜର ତତ୍କାଳୀନ ମହାରାଜା ରାମଚନ୍ଦ୍ର ଭଂଜଦେଓ । ୧୯୦୩ରେ ବାରିପଦାରୁ ରୂପସା ଏବଂ ୧୯୦୫ରେ ରୂପସାରୁ ବାଙ୍ଗିପୋଷିକୁ ଚଳାଚଳ କରୁଥିଲା ବାଷ୍ପଚାଳିତ ଟ୍ରେନ । ସେତେବେଳର ସେଇ ରେଳ ଇତିହାସକୁ ପରପୀଢି ମନେ ରଖିବା ପାଇଁ ବାରିପଦାରେ କରାଯାଇଛି ଏକ ରେଳ ଐତିହ୍ୟ ସଂଗ୍ରାହଳୟ ।ରାଜ୍ୟର ସର୍ବପୂରାତନ ରେଳଗାଡିର ଷ୍ଟିମ୍ ଇଂଜିନ, ରେଳଡବା, ରେଳଟ୍ରାକ ତଥା ଅନ୍ୟାନ୍ୟ ସାରଜାଂମକୁ ଏହି ସଂଗ୍ରାହଳୟରେ ସଜେଇ ରଖାଯାଇଛି । ପୂର୍ବରୁ ବାରିପଦା ରେଳ ଷ୍ଟେସନ ପାଖରେ ଅବହେଳିତ ଅବସ୍ଥାରେ ପଡିଥିବା ଟ୍ରେନ ବିଭିନ୍ନ ସାରଂଜାମକୁ ପୁନଃରୁଦ୍ଧାର କରି ସାଇତି ରଖାଯାଇଛି । ଏହାଦ୍ୱାରା ଯୁବପୀଢି ବାସ୍ପଚାଳିତ ଟ୍ରେନ ବାବଦରେ ଅବଗତ ହୋଇପାରୁଛନ୍ତି ।
ଏହି ସଂଗ୍ରହାଳୟ କରିବା ପାଇଁ ୧ କୋଟି ୧ଲକ୍ଷ ୫୫ ହଜାର ଟଙ୍କା ଖର୍ଚ ହୋଇଛି । ଦକ୍ଷିଣ-ପୂର୍ବ ରେଳତଟ ବିଭାଗ ପକ୍ଷରୁ ଏହି ଅର୍ଥ ମଂଜୁର କରାଯାଇଥିଲା । ଗତବର୍ଷ ଡିସେମ୍ବରରୁ ଆରମ୍ଭ ହୋଇଥିବା କାମ ଚଳିତ ବର୍ଷ ନଭେମ୍ବର ମାସରେ ସରିବା ପରେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ଏହାର ଉଦଘାଟନ କରିଛନ୍ତି ।

Leave A Reply

Your email address will not be published.