ଅଫଲାଇନରେ ହେବ ସିବିଏସଇ ଟର୍ମ-୧ ପରୀକ୍ଷା : ଅନଲାଇନରେ ପରୀକ୍ଷା ଆବେଦନ କୁ ଖାରଜ କଲେ ସୁପ୍ରିମକୋର୍ଟ

15

ଅନଲାଇନରେ ସିବିଏସଇ ପରୀକ୍ଷା କରିବା ପାଇଁ ଦାବି କରି ସୁପ୍ରିମକୋର୍ଟ ରେ ୬ ଜଣ ଆବେଦନକାରୀଙ୍କ ପକ୍ଷରୁ କରାଯାଇଥିବା ଆବେଦନକୁ ଖାରଜ କୋର୍ଟ । ନିଜ ରାୟ ରେ କୋର୍ଟ କହିଛନ୍ତି ଅଫଲାଇନରେ ହିଁ ହେବ ସିବିଏସଇ ଟର୍ମ-୧ ପରୀକ୍ଷା ।
ବିଚାରପତି ଏମ ଖାନୱାଲିକର ଓ ସିଟି ରବୀକୁମାର କହିଛନ୍ତି, ସିବିଏସଇର ଟର୍ମ-୧ ପରୀକ୍ଷା ୧୬ ତାରିଖରୁ ଆରମ୍ଭ ହୋଇଯାଇଛିି । ସେହିପରି ଆଇସିଏସଇ ନଭେମ୍ବର ୨୨ରୁ ଆରମ୍ଭ ହେବ । ତେଣୁ ଅନଲାଇନରେ ପରୀକ୍ଷା କରିବା ଆଉ ସମ୍ଭବ ନୁହେଁ । ତେଣୁ ଏଥିରେ ହସ୍ତକ୍ଷେପ କରିବା ଆଉ ଠିକ୍ ହେବ ନାହିଁ । ତେବେ କର୍ତ୍ତୃପକ୍ଷ କରୋନା ମାର୍ଗଦର୍ଶିକାକୁ ପାଳନ କରି ପରୀକ୍ଷାର ବ୍ୟବସ୍ଥା କରିବେ ବୋଲି କହିଛନ୍ତି ଖଣ୍ଡପୀଠ ।
ସିବିଏସଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା, କୋର୍ଟଙ୍କୁ ସୂଚନା ଦେଇ କହିଥିଲେ, କୋଭିଡକୁ ଦୃଷ୍ଟିରେ ରଖି ୬ ହଜାର ୫ଶହରୁ ପରୀକ୍ଷା କେନ୍ଦ୍ର ସଂଖ୍ୟା ୧୫ ହଜାରକୁ ବୃଦ୍ଧି କରାଯାଇଛି ।

Leave A Reply

Your email address will not be published.