ଦିଲ୍ଲୀ ପ୍ରଦୂଷଣକୁ ନେଇ ଏକଜିକ୍ୟୁଟିଭ୍ ଆକ୍ସନ୍ ଉପରେ ଜବାବ ମାଗିଲେ ସୁପ୍ରିମକୋର୍ଟ

14

ନୂଆଦିଲ୍ଲୀ: ଦିଲ୍ଲୀ-ଏନସିଆରରେ ବାୟୁ ପ୍ରଦୂଷଣର ଭୟବହ ସ୍ଥିତିକୁ ନେଇ ସୁପ୍ରିମକୋର୍ଟ ଅତ୍ୟନ୍ତ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ବାୟୁ ଗୁଣବର୍ଷା (AQI) ଏବେଠାରୁ ୪୦୦ ଅତିକ୍ରମ କରିଥିବାରୁ କୋର୍ଟ ଗଭୀର ଉଦବେଗ ପ୍ରକାଶ କରିବା ସହ ପ୍ରଦୂଷଣ ରୋକିବା ପାଇଁ ସରକାର କ’ଣ ସବୁ ଠୋସ୍ ପଦକ୍ଷେପ ନେଇଛନ୍ତି, ସେନେଇ ଜବାବ ତଲବ କରିଛନ୍ତି। ଶୁଣାଣି ସମୟରେ ମୁଖ୍ୟ ବିଚାରପତି (CJI) କହିଛନ୍ତି ଯେ, କେବଳ ବାୟାନ୍ ଦେବା କିମ୍ବା ଆଲୋଚନା କରିବା ଦ୍ୱାରା ସମସ୍ୟାର ସମାଧାନ ହେବ ନାହିଁ, ବରଂ ବାସ୍ବିକ ସ୍ଥିତି ଅତ୍ୟନ୍ତ ଚିନ୍ତାଜନକ ରହିଛି। ବିଶେଷକରି ସହରରେ ବଢ଼ୁଥିବା ଟ୍ରାଫିକ ଜାମ୍ ଏବଂ ଯାନବାହନରୁ ନିର୍ଗତ ଧୂଆଁ ଏହି ପ୍ରଦୂଷଣର ଏକ ପ୍ରମୁଖ କାରଣ ବୋଲି କୋର୍ଟ ଦର୍ଶାଇଛନ୍ତି। ଏହାସହ, କେବଳ ଦୀପାବଳି ସମୟରେ କଟକଣା ଲଗାଇବା ଦ୍ୱାରା ସମସ୍ୟା ସମାଧାନ ହେବ ନାହିଁ ବରଂ ଅଧିକ କଟକଣା ଲାଗୁ ହେଲେ ନିୟମ ଉଲ୍ଲଂଘନ ହେବାର ଆଶଙ୍କା ବଢ଼ିଯାଏ ବୋଲି ସର୍ବୋଚ୍ଚ ଅଦାଲତ ମତ ଦେଇଛନ୍ତି। ତେଣୁ ଏହି ଗମ୍ଭୀର ସମସ୍ୟାର ସ୍ଥାୟୀ ମୁକାବିଲା ପାଇଁ ସାଧାରଣ ଜନତାଙ୍କ ମଧ୍ୟରେ ସଚେତନତା ଓ ଦାୟିତ୍ୱବୋଧ ସୃଷ୍ଟି କରିବା ସବୁଠାରୁ ଅଧିକ ଜରୁରୀ ବୋଲି କୋର୍ଟ ଗୁରୁତ୍ୱାରୋପ କରିଛନ୍ତି।

Comments are closed, but trackbacks and pingbacks are open.