ଟ୍ରକ-ବାଇକ୍‌ ଧକ୍କାରେ ଜଣେ ମୃତ, ଅନ୍ୟ ଜଣେ ଗୁରୁତର

20

ଭୁବନେଶ୍ବର: ବାଲିଆପାଳ ଥାନା ଅନ୍ତର୍ଗତ ପାରୁଳିଆ ପୋଲ ଉପରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଦ୍ରୁତଗାମୀ ଟ୍ରକ୍ ପଛରୁ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜଣେ ମୋଟରସାଇକେଲ ଆରୋହୀଙ୍କ ପ୍ରାଣହାନି ଘଟିଥିବା ବେଳେ ତାଙ୍କ ଭାଇ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁଯାୟୀ, ଚନ୍ଦନେଶ୍ବର ଅଞ୍ଚଳର ଏହି ଦୁଇ ଭାଇ ଏକ ମୋଟରସାଇକେଲ ଯୋଗେ ବାଲିଆପାଳ ଅଭିମୁଖେ ଆସୁଥିଲେ। ସେମାନେ ପାରୁଳିଆ ପୋଲ ଉପରେ ଯାଉଥିବା ସମୟରେ ଏକ ଅଜଣା ଟ୍ରକ୍‌ ସେମାନଙ୍କ ଗାଡ଼ିକୁ ଭୀଷଣ ଧକ୍କା ଦେଇଥିଲା। ଫଳରେ ଦୁଇ ଭାଇ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ ଏବଂ ଜଣଙ୍କର ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇଥିଲା। ଖବର ପାଇ ସ୍ଥାନୀୟ ଲୋକ ଓ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଅନ୍ୟ ଭାଇଙ୍କୁ ଉଦ୍ଧାର କରି ତୁରନ୍ତ ବାଲିଆପାଳ ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ସେଠାରେ ତାଙ୍କର ଚିକିତ୍ସା ଜାରି ରହିଛି। ଏହି ଦୁର୍ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଥିବା ବେଳେ ପୁଲିସ ମାମଲା ରୁଜୁ କରି ଦୁର୍ଘଟଣା ଘଟାଇଥିବା ଟ୍ରକ୍‌ଟିକୁ ଚିହ୍ନଟ କରିବା ସହ ଅଧିକ ତଦନ୍ତ ଜାରି ରଖିଛି।

Comments are closed, but trackbacks and pingbacks are open.