କୋଟିଆରେ ଆନ୍ଧ୍ରର ଷଡ଼ଯନ୍ତ୍ର ବିଫଳ: ରାଜସ୍ୱ ମନ୍ତ୍ରୀ

40

ଭୁବନେଶ୍ୱର : କୋଟିଆ ବିବାଦକୁ ନେଇ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଏକ ବଡ଼ ବୟାନ ଦେଇଛନ୍ତି। କୋଟିଆର କିଛି ଗାଁରୁ ଅଳ୍ପ ସଂଖ୍ୟକ ଲୋକ ଆନ୍ଧ୍ରପ୍ରଦେଶରେ ଭୋଟ ଦେବାକୁ ଯାଇଥିବାର ଖବର ମିଳିଛି। ମନ୍ତ୍ରୀଙ୍କ କହିବା ଅନୁସାରେ, ଆନ୍ଧ୍ର ସରକାର କିଛି ଲୋକଙ୍କୁ ଆଗୁଆ ନେଇ ନିଜ ହେପାଜତରେ ରଖିବା ସହ ପ୍ରଲୋଭିତ କରିଥିଲେ। ଏପରିକି ପୁଲିସ ନଜର ଏଡ଼ାଇ ଜଙ୍ଗଲ ରାସ୍ତା ଦେଇ ଲୁଚିଛପି ସେମାନେ ଭୋଟ ଦେଇଥିଲେ ବୋଲି ସେ କହିଛନ୍ତି। ତଥାପି, ଭୋଟ ଦେବାକୁ ଯାଇଥିବା ଲୋକଙ୍କ ସଂଖ୍ୟା ଅତ୍ୟନ୍ତ କମ୍ ଥିଲା ବୋଲି ସେ ସ୍ପଷ୍ଟ କରିଛନ୍ତି। ଅନ୍ୟପଟେ ଭୋଟ ଦେଇ ଫେରିବା ସମୟରେ ଗାଁରେ ଜଗି ରହିଥିବା ଅନ୍ୟ ଲୋକମାନେ ସେମାନଙ୍କୁ ଭର୍ତ୍ସନା କରିଥିଲେ। ଆନ୍ଧ୍ର ସରକାରଙ୍କ ଏଭଳି ଉଦ୍ୟମ ସମ୍ପୂର୍ଣ୍ଣ ବିଫଳ ହୋଇଥିବା ସୁରେଶ ପୂଜାରୀ ଦାବି କରିଛନ୍ତି। କୋଟିଆରେ ଓଡ଼ିଶାର ସ୍ଥିତି ଓ ସ୍ୱାଭିମାନକୁ ଅକ୍ଷୁଣ୍ଣ ରଖିବା ପାଇଁ ରାଜ୍ୟ ସରକାର ସଜାଗ ଥିବା ସେ ପ୍ରକାଶ କରିଛନ୍ତି।

Comments are closed, but trackbacks and pingbacks are open.