ଉପସ୍ଥିତ ବୁଦ୍ଧି ଯୋଗୁଁ ଅନେକ ଲୋକଙ୍କ ଜୀବନ ରକ୍ଷା କଲେ ଟ୍ୟାକ୍ସି ଡ୍ରାଇଭର

38

ବ୍ରିଟେନର ଜଣେ ଟ୍ୟାକ୍ସି ଡ୍ରାଇଭର ତାଙ୍କ ସାହସ ହେତୁ ସେ ବର୍ତ୍ତମନ ହିରୋ ହୋଇପାରିଛନ୍ତି | ଏହି ଡ୍ରାଇଭର ଜଣକ ଯାତ୍ରୀ ଭାବରେ ବସିଥିବା ଆତଙ୍କବାଦୀଙ୍କୁ ତାଙ୍କ ଯୋଜନାରେ ସଫଳ ହେବାକୁ ଦେଇନଥିଲା। ସେ ଶେଷ ମୁହୂର୍ତ୍ତରେ ଟ୍ୟାକ୍ସି ବନ୍ଦ କରି ଡେଇଁପଡିଥିଲେ। ଯଦି ଆତଙ୍କବାଦୀମାନେ ବାହାରକୁ ଆସିଥାନ୍ତେ, ତେବେ ଏକ ବଡ଼ ଧ୍ୱଂସ ହୋଇଥାନ୍ତା |

‘ଡେଲି ମେଲ’ର ରିପୋର୍ଟ ଅନୁଯାୟୀ ରବିବାର ଦିନ ପ୍ରାୟ ୧୧ ଟା ସମୟରେ ବ୍ରିଟେନର ଏକ ଟ୍ୟାକ୍ସିରେ ବିସ୍ଫୋରଣ ହୋଇଥିଲା ଟ୍ୟାକ୍ସି ଡ୍ରାଇଭର ଡେଭିଡ ପ୍ୟାରୀ କିଛି ଯାତ୍ରୀଙ୍କୁ ନେଇ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ I କିଛି ସମୟ ପରେ ବସିଥିବା ଯାତ୍ରୀଙ୍କ କଥାବାର୍ତ୍ତାରୁ ସେମାନେ ଆତଙ୍କବାଦୀ ଏବଂ କୌଣସି ସ୍ଥାନରେ ବୋମା ବିସ୍ଫୋରଣ କରିବାକୁ ଯାଉ ଥିବା ଜାଣି ପାରିଥିଲେ I ଏହି ସମୟରେ ଉପସ୍ଥିତ ବୁଦ୍ଧି ଖଟାଇ ଟାକ୍ସି ଟିକୁ ଧୀର ଗତିରେ ନେଇ ଲିଭପୁଲ ସ୍ଥିତ ମହିଳା ହସ୍ପିଟାଲ ନିକଟରେ ଶେଷ ମୁହୂର୍ତ୍ତରେ ଟ୍ୟାକ୍ସି ଡ୍ରାଇଭର ଡେଭିଡ ପେରି ଡେଇଁପଡିଥିଲେ, କିନ୍ତୁ ଏହାପୂର୍ବରୁ ସେ ଟ୍ୟାକ୍ସିରେ ତାଲା ପକାଇ ଦେଇଥିଲେ। ଯେଉଁଥିପାଇଁ ଯାତ୍ରୀ ଭାବରେ ବସିଥିବା ଆତଙ୍କବାଦୀ ବାହାରକୁ ଆସିପାରିନଥିଲେ ଏବଂ ପ୍ୟାରୀ ଘଟିବାକୁ ଯାଉଥିବା ଏକ ବଡ଼ ଦୁର୍ଘଟଣାକୁ ଏଡାଇ ପାରିଥିଲେ Iଫଳରେ କିଛି ସମୟ ମଧ୍ୟରେ ଟାକ୍ସି ରେ ବସିଥିବା ଆତଙ୍କବାଦୀ ଙ୍କ ସହିତ ଗାଡ଼ିରେ ଭୟଙ୍କର ବିସ୍ଫୋରଣ ହୋଇ ସମସ୍ତେ ଜଳି ଯାଇଥିଲେ I ଚଳନ୍ତା ଟାକ୍ସି ରୁ ଡେଇଁବା ଯୋଗୁଁ ଡ୍ରାଇଭର ଡେଭିଡ ପ୍ୟାରୀ ଗୁରୁତର ଆହତ ହୋଇ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ଏହା ସହିତ ଅନ୍ୟ ଜଣେ ସାଧାରଣ ଯାତ୍ରୀ ଙ୍କର ବି ମୃତ୍ୟୁ ହେଇଥିବା ସୂଚନା ମିଳିଛି I

ବ୍ରିଟିଶ ପୋଲିସ କହିଛି ଯେ ଆକ୍ରମଣକାରୀ ନିଜେ ଏହି ବୋମା ତିଆରି କରି ନିଜେ ବିସ୍ଫୋରଣ କରିଥିଲେ। ଏଥି ସହିତ ପ୍ରଧାନମନ୍ତ୍ରୀ ବୋରିସ୍ ଜନସନ ଟ୍ୟାକ୍ସି ଡ୍ରାଇଭର ପ୍ୟାରୀଙ୍କୁ ପ୍ରଶଂସା କରି କହିଛନ୍ତି ଯେ ସେ ଚତୁରତାର ସହ କାର୍ଯ୍ୟ କରିଛନ୍ତି ଏବଂ ବଡ ଘଟଣାକୁ ଏଡାଇ ଦେଇଛନ୍ତି। ଆକ୍ରମଣକାରୀ କାହାକୁ ଟାର୍ଗେଟ କରିବାକୁ ଚାହୁଁଥିଲେ ତାହା ବର୍ତ୍ତମାନ ସ୍ୱତନ୍ତ୍ର ଟିମ୍ ଅନୁସନ୍ଧାନ କରୁଛି। ଗିରଫ ହୋଇଥିବା ଲୋକଙ୍କ ବୟସ ୨୧ ରୁ ୨୯ ବର୍ଷ ମଧ୍ୟରେ | ତେବେ ଏପର୍ଯ୍ୟନ୍ତ ସେମାନଙ୍କ ନାମ ପ୍ରକାଶ କରାଯାଇ ନାହିଁ । ଆତଙ୍କବାଦୀଙ୍କ ଉଦ୍ଦେଶ୍ୟ କ’ଣ ଏବଂ ଏହି ଷଡଯନ୍ତ୍ରରେ କେତେ ଲୋକ ଜଡିତ ଅଛନ୍ତି ତାହା ଅନୁସନ୍ଧାନକାରୀ ସଂସ୍ଥା ଜାଣିବାକୁ ଚେଷ୍ଟା କରୁଛନ୍ତି।

Leave A Reply

Your email address will not be published.