ବିମାନରେ ପାୱାର ବ୍ୟାଙ୍କ ମଡେଲ ଉପରେ କଟକଣା ଲଗାଇଲେ DGCA

28

ନୂଆଦିଲ୍ଲୀ: ବିମାନ ଯାତ୍ରା ସମୟରେ ଯାତ୍ରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ (ଡିଜିସିଏ) ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି। ବିମାନରେ ଏକ ନିର୍ଦ୍ଦିଷ୍ଟ ମଡେଲର ପାୱାର ବ୍ୟାଙ୍କ ବ୍ୟବହାର ଓ ପରିବହନ ଉପରେ କଟକଣା ଜାରି କରାଯାଇଛି। ଭାରତ ମଧ୍ୟରେ ଯାତାୟାତ କରୁଥିବା ତଥା ଅନ୍ତର୍ଜାତୀୟ ସ୍ତରର ସମସ୍ତ ଘରୋଇ ପ୍ୟାସେଞ୍ଜର ଓ କାର୍ଗୋ ବିମାନରେ ‘ଏମଓବିଆଇକେଆଇଏନଏସ ଏମକେ-ପିବି-୦୪’ ମଡେଲର ପାୱାର ବ୍ୟାଙ୍କ ନେବା ଉପରେ ସମ୍ପୂର୍ଣ୍ଣ ରୋକ ଲଗାଯାଇଛି। ସୂଚନାଯୋଗ୍ୟ, ଗତ ରବିବାର ଦିଲ୍ଲୀରୁ ଚେନ୍ନାଇ ଯାଉଥିବା ଇଣ୍ଡିଗୋର ଏକ ବିମାନରେ ଜଣେ ଯାତ୍ରୀଙ୍କ ପାୱାର ବ୍ୟାଙ୍କରେ ହଠାତ୍ ନିଆଁ ଲାଗିଯାଇଥିଲା। ଏହି କାରଣରୁ ବିମାନଟିକୁ ଜରୁରୀକାଳୀନ ଭାବେ ହାଇଦ୍ରାବାଦ ଆଡ଼କୁ ଡାଇଭର୍ଟ କରିବାକୁ ପଡ଼ିଥିଲା। ତେବେ ଠିକ୍ ସମୟରେ ପଦକ୍ଷେପ ନିଆଯାଇଥିବାରୁ କୌଣସି ବଡ଼ ଅଘଟଣ ଘଟି ନଥିଲା।

Comments are closed, but trackbacks and pingbacks are open.