ନୂଆଦିଲ୍ଲୀ: ନ୍ୟାଶନାଲ ମେଡିକାଲ କମିଶନ (NMC) ଦ୍ୱାରା ଜାରି ହୋଇଥିବା କଡ଼ା ନିୟମ ଅନୁଯାୟୀ, ଦେଶର ଡାକ୍ତର ଏବଂ ଡାକ୍ତରଖାନାଗୁଡ଼ିକ ରୋଗୀ କିମ୍ବା ବ୍ୟକ୍ତିଗତ ପ୍ରଚାର ପାଇଁ ସୋସିଆଲ ମିଡିଆକୁ ଆଉ ମନଇଚ୍ଛା ବ୍ୟବହାର କରିପାରିବେ ନାହିଁ। ଏହି ନୂତନ ନିୟମାବଳୀ ଇନଷ୍ଟାଗ୍ରାମ, ଇନଫ୍ଲୁଏନ୍ସର୍ ମାର୍କେଟିଂ, ସ୍ପନ୍ସର୍ଡ ପୋଷ୍ଟ ସମେତ AI ଦ୍ୱାରା ପ୍ରସ୍ତୁତ ପ୍ରଚାର ସାମଗ୍ରୀକୁ ମଧ୍ୟ କଡ଼ା ପରିସରଭୁକ୍ତ କରିଛି। ଏନ୍ଏମ୍ସି ପକ୍ଷରୁ ଅକ୍ଟୋବର ୬ ତାରିଖରେ ଜାରି କରାଯାଇଥିବା ‘ଡାକ୍ତରଖାନା ପ୍ରତିଷ୍ଠାନ ଏବଂ ପଞ୍ଜୀକୃତ ଚିକିତ୍ସକଙ୍କ ଦ୍ୱାରା ନୈତିକ ବିଜ୍ଞାପନ ଓ ସର୍ବସାଧାରଣ ଯୋଗାଯୋଗ’ ସମ୍ବନ୍ଧୀୟ ଏହି ନିର୍ଦ୍ଦେଶାବଳୀ ତୁରନ୍ତ କାର୍ଯ୍ୟକାରୀ କରାଯାଇଛି। ଚିକିତ୍ସା ସେବାର ପ୍ରଚାର ପାଇଁ ରୋଗୀଙ୍କମତାମତ (ଟେଷ୍ଟିମୋନିଆଲ) ବ୍ୟବହାର କରିବା, ଅର୍ଥ ବିନିମୟରେ କିମ୍ବା ନକଲି ସମୀକ୍ଷା ପୋଷ୍ଟ କରାଇବା,ବିଭ୍ରାନ୍ତକର ଦାବି, ଚିକିତ୍ସାର ସଫଳତା ନେଇ ଶତ ପ୍ରତିଶତ ନିଶ୍ଚିତ ପ୍ରତିଶ୍ରୁତି ଦେବା, ପ୍ରଚାରମୂଳକ ରୋଗୀଙ୍କ କାହାଣୀ ଶେୟାର କରିବା, ନିଜର ଚିକିତ୍ସା, ସୁବିଧା କିମ୍ବା ଦକ୍ଷତାକୁ ଅନ୍ୟମାନଙ୍କ ତୁଳନାରେ ଶ୍ରେଷ୍ଠ ବୋଲି ପ୍ରମାଣହୀନ ଦାବି କରିବା ଆଦିକୁ ବାରଣ ରହିଛି। ଏହି ନିୟମାବଳୀରେ ଓ୍ବେବ୍ସାଇଟ୍, ସୋସିଆଲ ମିଡିଆ, ମେସେଜିଂ ପ୍ଲାଟଫର୍ମ, ପୋଡ୍କାଷ୍ଟ, ଇନଫ୍ଲୁଏନ୍ସର୍ ଅଭିଯାନ, ସ୍ପନ୍ସର୍ଡ ପୋଷ୍ଟ ସହିତ AI ଜେନେରେଟେଡ କିମ୍ବା AI ସହାୟତାରେ ପ୍ରସ୍ତୁତ ଭିଡିଓ, ସ୍କ୍ରିପ୍ଟ ଓ ପ୍ରତିଛବିଗୁଡ଼ିକୁ ମଧ୍ୟ ଏହି କଟକଣା ମଧ୍ୟକୁ ଅଣାଯାଇଛି।
Comments are closed, but trackbacks and pingbacks are open.