ବ୍ରହ୍ମପୁର: ଥାନାରେ ହାଜର ହେଲେ ବିକ୍ରମ ପଣ୍ଡା। ବ୍ରହ୍ମପୁରର ଆଇନଜୀବୀ ପୀତବାସ ପଣ୍ଡା ହତ୍ୟା ଘଟଣାକୁ ଆଜି ବର୍ଷେ ପୂରିଥିବା ବେଳେ ସାକ୍ଷୀଙ୍କୁ ଧମକ ଦେବା ଅଭିଯୋଗରେ ଜାମିନ୍ ପାଇ ଜେଲ୍ରୁ ଆସିଥିବା ଅଭିଯୁକ୍ତ ତଥା ପୂର୍ବତନ ବିଜେଡି ବିଧାୟକ ବିକ୍ରମ କୁମାର ପଣ୍ଡାଙ୍କୁ ୩ ଘଣ୍ଟା ୪୦ ମିନିଟ୍ ଜେରା କରିଛି ପୁଲିସ। ଆସନ୍ତା ୧୬ ତାରିଖରେ ପୁଣି ଥରେ ଥାନାରେ ହାଜର ହେବାକୁ ତାଙ୍କୁ କୁହାଯାଇଛି। ପୀତବାସ ପଣ୍ଡା ହତ୍ୟା ମାମଲାରେ ଗିରଫ ହୋଇ ୧୦ ମାସରୁ ଅଧିକ ଦିନ ଜେଲ୍ରେ ରହିବା ପରେ ସର୍ତ୍ତମୂଳକ ଜାମିନ ପାଇଥିଲେ ବିକ୍ରମ। ଗତ ମାସ ୧ ତାରିଖରେ ସେ ଜେଲ୍ରୁ ବାହାରିଥିବା ବେଳେ ପୁଣି ଏକ ଅଡ଼ୁଆରେ ଛନ୍ଦି ହୋଇଥିଲେ । ପୀତବାସ ପଣ୍ଡା ହତ୍ୟା ଘଟଣାର ସାକ୍ଷୀ ଲଳିତ ମଙ୍ଗରାଜଙ୍କୁ ସେ ଫୋନ୍ରେ ଧମକ ଦେଇଥିବା ତଥା ପ୍ରଲୋଭିତ କରିଥିବା ନେଇ ଗୋଷାଣୀ ନୂଆଗାଁ ଥାନାରେ ଅଭିଯୋଗ ହୋଇଥିଲା। ଯାହାକୁ ନେଇ ଆଜି ପୁଣି ବିକ୍ରମ ଥାନାରେ ହାଜର ହୋଇଥିଲେ। ଆଜି ଦିନ ୧୧ଟା ରେ ବିକ୍ରମ ଥାନାକୁ ଆସିଥିଲେ। ୪ ଜଣ ପୁଲିସ ଅଧିକାରୀ ତାଙ୍କୁ ଜେରା କରିଥଲେ । ୩ ଘଣ୍ଟା ୪୦ ମିନିଟ ଧରି ସେ ଜେରାର ସମ୍ମୁଖୀନ ହୋଇଥିଲେ।
Comments are closed, but trackbacks and pingbacks are open.