୨୦୨୭ ୟୁପି ନିର୍ବାଚନରେ ଏକାକୀ ଲଢ଼ିପାରେ ଚିରାଗ ପାସୱାନଙ୍କ ଦଳ

30

ନୂଆଦିଲ୍ଲୀ: ୨୦୨୭ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନକୁ ନେଇ ଏବେଠାରୁ ସରଗରମ ହେବାରେ ଲାଗିଛି ରାଜନୀତି। ବିଭିନ୍ନ ଦଳ ଆଗାମୀ ନିର୍ବାଚନ ପାଇଁ ରଣନୀତି ପ୍ରସ୍ତୁତ କରୁଥିବା ବେଳେ କେନ୍ଦ୍ରମନ୍ତ୍ରୀ ଚିରାଗ ପାସୱାନଙ୍କ ଏକ ବୟାନ ରାଜନୈତିକ ଚର୍ଚ୍ଚାକୁ ନୂଆ ମୋଡ଼ ଦେଇଛି। ଛତିଶଗଡ଼ର ରାୟପୁରଠାରେ ଗଣମାଧ୍ୟମକୁ ସମ୍ବୋଧିତ କରି ଚିରାଗ କହିଛନ୍ତି ଯେ, ଉତ୍ତର ପ୍ରଦେଶ ନିର୍ବାଚନରେ ତାଙ୍କ ଦଳର ଭୂମିକା ନେଇ ଏପର୍ଯ୍ୟନ୍ତ କୌଣସି ଚୂଡ଼ାନ୍ତ ନିଷ୍ପତ୍ତି ହୋଇନାହିଁ। ତେବେ ପରିସ୍ଥିତି ଓ ଆବଶ୍ୟକତା ଅନୁସାରେ ଦଳ ଏକାକୀ ସମସ୍ତ ଆସନରେ ନିର୍ବାଚନ ଲଢ଼ିବାକୁ ମଧ୍ୟ ପ୍ରସ୍ତୁତ ରହିଛି ବୋଲି ସେ ସ୍ପଷ୍ଟ ସଙ୍କେତ ଦେଇଛନ୍ତି। ଚିରାଗଙ୍କ ଏହି ବୟାନ ପରେ ଉତ୍ତର ପ୍ରଦେଶରେ ମେଣ୍ଟ ସମୀକରଣକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।

Comments are closed, but trackbacks and pingbacks are open.