ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କୁ ଆକ୍ରମଣ:କ୍ଷୋଭ ପ୍ରକାଶ କଲେ ନବୀନ

23

ଧର୍ମଶାଳା: ରବିବାର ବିଜେଡିର ଜନ ସମ୍ପର୍କ ପଦଯାତ୍ରା ଧର୍ମଶାଳା ବ୍ଲକ ଗଡ଼ମଧୁପୁର ପଂଚାୟତ ଚାଲିଥିଲା ପଦଯାତ୍ରା ଶେଷ ହେବା ପରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ନିଜ କର୍ମୀଙ୍କ ସହିତ ଫେରୁଥିଲେ l ଏହି ସମୟରେ କିଛି ବ୍ୟକ୍ତି ତାଙ୍କ ଗାଡିକୁ ଅଟକାଇ ଆକ୍ରମଣ କରିଥିଲେ l ଏହି ଆକ୍ରମଣ ଫଳରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟ ଆହତ ହେବା ସହିତ ତାଙ୍କ ଗାଡି ଭଙ୍ଗା ରୁଜା କରିଥିଲେ l ଏହାପରେ ପୂର୍ବତନ ବିଧାୟକଙ୍କ ଗୋଷ୍ଠୀ ଓ ଆକ୍ରମଣ କାରୀଙ୍କ ମଧ୍ୟରେ ଗଣ୍ଡଗୋଳ ଲାଗିଥିଲା l ଏହି ଘଟଣାର ସଠିକ ତଦନ୍ତ ଓ ଅଭିଯୁକ୍ତଙ୍କୁ ତୁରନ୍ତ ଗିରଫ ଦାବିରେ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ନେତୃତ୍ୱରେ ଶହଶହ କାର୍ଯ୍ୟକର୍ତା ପାଣିକୋଇଲି ସ୍ଥିତ ଏସପିଙ୍କ କାର୍ଯ୍ୟାଳୟ ଆଗରେ ଧାରଣା ଦେଇଥିଲେ l ଘଟଣା ପରେ ପ୍ରଣବ କହିଛନ୍ତି, “ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରାରେ ପଞ୍ଚାୟତରେ ବୁଲୁଥିବା ସମୟରେ ଭାରତୀୟ ଜନତା ପାର୍ଟିର କର୍ମକର୍ତ୍ତାମାନେ ଗାଡି ଅଟକାଇ ମୋତେ ମାରଣାତ୍ମକ ଆକ୍ରମଣ କରିଛନ୍ତି । ଗାଡି ଭାଙ୍ଗିବା ସହିତ ମାରଣାସ୍ତ୍ର ଧରି ଜୀବନରୁ ମାରି ଦେବାକୁ ଉଦ୍ୟମ କରୁଥିଲେ । ଯାହାର ଭିଜୁଆଲ ସୋସିଆଲ ମିଡିଆରେ ଘୁରି ବୁଲୁଛି । ଏଭଳି ଘଟଣା ଧର୍ମଶାଳାରେ ସବୁ ସମୟରେ ଘଟୁଛି । ଏହି ଘଟଣା ପରେ କ୍ଷୋଭ ପ୍ରକାଶ କରିଛନ୍ତି ଦଳୀୟ ସୁପ୍ରିମୋ । ସୋସିଆଲ ମିଡିଆରେ ଦଳର ସଭାପତି ନବୀନ ପଟ୍ଟନାୟକ ଲେଖିଛନ୍ତି, “ଖୋଲା ଦିବାଲୋକରେ ଜନପ୍ରତିନିଧିଙ୍କ ଉପରେ ମରଣାନ୍ତକ ଆକ୍ରମଣ ହେଉଛି, ପୋଲିସ୍ ଚୁପ୍, ସରକାର ଚୁପ୍, କ’ଣ ଓଡ଼ିଶାରେ ଗୁଣ୍ଡାରାଜ୍ ଚାଲିଛି? ପ୍ରଣବ ବଳବନ୍ତରାୟଙ୍କ ଉପରେ ଜେନାପୁର ଥାନା ଅନ୍ତର୍ଗତ ମଧୁପୁରଗଡ଼ଠାରେ ହୋଇଥିବା ଆକ୍ରମଣ ଅତ୍ୟନ୍ତ ନିନ୍ଦନୀୟ।

Comments are closed, but trackbacks and pingbacks are open.