ଦୀର୍ଘାୟୁ ର ରହସ୍ୟ ବିନ୍ସ :ଆସନ୍ତୁ ଜାଣିବା

16

ଦୀର୍ଘାୟୁ ହେବାପାଇଁ ଭଲ ଖାଦ୍ୟ ଏବଂ ଶରୀର ସୁସ୍ଥ ରହିବା ନିତ୍ୟାନ୍ତ ଆବଶ୍ୟକ I ଗବେଷକ ଙ୍କ ମତ  ଅନୁଯାୟୀ ,ଯେଉଁ ମାନେ ଅତି ଯତ୍ନଶୀଳ ହୋଇ ଖାଦ୍ୟ ଗ୍ରହଣ କରନ୍ତି ସେମାନଙ୍କ ମଧ୍ୟରେ ମୃତ୍ୟୁ ହାର ୧୭% ହ୍ରାସ ପାଇଥାଏ ଏବଂ ହୃଦଘାତ ରେ ୨୮ %କମ ମୃତ୍ୟୁ ଘଟି ଥାଏ I ଦୀର୍ଘାୟୁ ହେବାପାଇଁ ଗବେଷକ ମାନେ ଏକ ନିର୍ଦ୍ଦିଷ୍ଟ ଖାଦ୍ୟ ମଧ୍ୟରେ ଏହି ସଂଯୋଗ ପାଇଛନ୍ତି I ଦୀର୍ଘାୟୁ ହେବାର ରହସ୍ୟ ହେଉଛି ଆମ ଘରେ ଘରେ ପରିଚିତ ପରିବା ‘ବିନ୍ସ’ I ତେବେ ଆସନ୍ତୁ ଜାଣିବା ବିନ୍ସ ଖାଇବା ଦ୍ୱାରା କଣ କଣ ଉପକାର ମିଳିଥାଏ :

ଗବେଷକ ମାନେ ଅଧୟନ କରି ଜାଣିଛନ୍ତି ଯେ ବିଶ୍ୱର ବ୍ଲୁ ଜୋନ ହେଉଛି ସେହି ଅଂଚଳ ଯେଉଁଠାରେ ଲୋକମାନେ ଅତି କମ ରେ ୧୦୦ ବର୍ଷ ବଞ୍ଚନ୍ତି I ଲୋକଙ୍କ ଖାଦ୍ୟ ଏବଂ ଜୀବନଶୈଳୀରେ ଅନେକ ସମାନତା ଦେଖିବାକୁ ମିଳିଛି I ଏହି ସାଧାରଣ ଖାଦ୍ୟ ମଧ୍ୟରୁ ଗୋଟିଏ ହେଉଛି ବିନ୍ସ I ‘ ଆମେରିକୀୟ ଜର୍ଣ୍ଣାଲ ଅଫ ଲାଇଫଷ୍ଟାଇଲ ମେଡ଼ିସିନ’ ଅନୁଯାୟୀ ଖାଦ୍ୟ ବ୍ୟତୀତ ଏହି ଅଂଚଳର ଲୋକମାନେ ଅଧିକ ଚଳଚଂଚଳ I

ସେହିପରି ଗବେଷକଙ୍କ ମତରେ ସେଠାକାର ଲୋକମାନେ ସେମାନଙ୍କ ଡେ଼ଲି ଖାଦ୍ୟ ତାଲିକାରେ ବିନ୍ସ କୁ ବହୁ ପରିମାଣରେ ନେଇଥାନ୍ତି Iପ୍ରତିଦିନ ପାଖାପାଖି ଏକ କପ ବିନ୍ସ ଖାଦ୍ୟରେ ସାମିଲ କଲେ ସେଥିରେ ପ୍ରୋଟିନ ଏବଂ ଫାଇବର ପ୍ରଚୁର ପରିମାଣରେ ପାଇଥାଉ I ସେଥିରେ ଚର୍ବି ଆଦୌ ନ ଥାଏ I ତେଣୁ ଦୀର୍ଘ ଜୀବନ ପାଇଁ ନିଶ୍ଚିତ ଭାବେ ବିନ୍ସ ଖାଇବା ଜରୁରୀ I ବିନ୍ସରେ ଉଦାସୀନତା ,ଉଚ୍ଚ ରକ୍ତଚାପ ,ଏବଂ ଡାଇବେଟିସ କୁ ହ୍ରାସ କରିବାର କ୍ଷମତା ରହିଥାଏ I ବିନ୍ସ ରେ ପଲିଫେନଲ ନାମକ ଶକ୍ତିଶାଳୀ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ ,ଯାହା ବାର୍ଦ୍ଧକ୍ୟ କୁ ହ୍ରାସ କରିବାରେ ସାହାଯ୍ୟ କରିଥାଏ I ଆଣ୍ଟି ଇନଫ୍ଲେମେଟୋରୀ,ଆଣ୍ଟି ଅକ୍ସିଡାଂଟ,ଥିବାଯୋଗୁଁ ଡାଇବେଟିସ ,ମୋଟାପଣ,ଓ ହୃଦରୋଗକୁ ଏଡାଇଥାଏ I
ଗବେଷକ ଙ୍କ ଅନୁଯାୟୀ ଅଧିକ ଫାଇବର,ପ୍ରୋଟିନ,ଏବଂ ଆଣ୍ଟି ଅକ୍ସିଡେଣ୍ଟ ପାଇଁ ଆପଣ ଖାଦ୍ୟରେ ବିନ୍ସକୁ ନିଶ୍ଚିତ ଆପଣାନ୍ତୁ I ଏହାକୁ ଆପଣ ପନିପରିବା ସାଲାଡ଼ କିମ୍ବା ସ୍ମୁଦି ଭାବରେ ବ୍ୟବହାର କରିପାରିବେ I

Leave A Reply

Your email address will not be published.