ଭୁବନେଶ୍ୱର: ନୟାପଲ୍ଲୀ ଥାନା ବେହେରା ସାହିରେ ଜଣେ ଯୁବତୀଙ୍କୁ ବନ୍ଧୁକ ମୁନରେ ଦୁଷ୍କର୍ମ କରିବା ଘଟଣାରେ କମିଶନରେଟ୍ ପୋଲିସ କଠୋର ପଦକ୍ଷେପ ଗ୍ରହଣ କରିଛି। ପୋଲିସ ଆଜି ଅଭିଯୁକ୍ତ ଶ୍ରୀଧର ପଣ୍ଡାକୁ ଚନ୍ଦକା ଅଞ୍ଚଳରେ ଠାବ କରିବା ପରେ ସେ ଖସିଯିବା ପାଇଁ ପୋଲିସ ଉପରକୁ ଦୁଇ ରାଉଣ୍ଡ ଗୁଳି ଚଳାଇଥିଲା। ପୋଲିସ ନିଜ ଆତ୍ମରକ୍ଷା ପାଇଁ ପାଲଟା ଗୁଳିଚାଳନା କରିବାରୁ ଅଭିଯୁକ୍ତ ଆହତ ହୋଇ ଟଳିପଡ଼ିଥିଲା। ଗୁଳିମାଡ଼ରେ ଆହତ ଶ୍ରୀଧରକୁ ତୁରନ୍ତ ଚିକିତ୍ସା ପାଇଁ କ୍ୟାପିଟାଲ୍ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଭୁବନେଶ୍ୱର ପୋଲିସ ସୁପରିନ୍ଟେଣ୍ଡେଣ୍ଟ (ଡିସିପି) ସର୍ବଣା ବିବେକ୍ ଏମ୍. ଦେଇଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତ ଶ୍ରୀଧର ଗୋଡ଼ରେ ୨ଟି ଗୁଳି ବାଜିଛି। ସେ ଚିକିତ୍ସା ପରେ ସୁସ୍ଥ ହେବା ମାତ୍ରେ ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ତାକୁ ଆନୁଷ୍ଠାନିକ ଭାବେ ଗିରଫ କରାଯିବ।
Comments are closed, but trackbacks and pingbacks are open.