ପାଇଲଟ ସ୍ମିତଙ୍କୁ ମିଳିବ ବିଶିଷ୍ଟ ଗୁଜରାଟ ଗରିମା ସମ୍ମାନ:ପ୍ରଧାନମନ୍ତ୍ରୀ, ଟ୍ରମ୍ପଙ୍କ ସମେତ ବହୁ ବିଶ୍ଵନେତାଙ୍କ ପ୍ରଶଂସା
ନୂଆଦିଲ୍ଲୀ : ସାରା ବିଶ୍ୱରେ ଭାରତୀୟ ପାଇଲଟଙ୍କୁ ପ୍ରଶଂସା । ଦୁବାଇରୁ ତେଲ୍ ଆଭିଭ୍ ଯାଉଥିବା ଫ୍ଲାଇଦୁବାଇ ବିମାନରେ ମଝି ଆକାଶରେ ଘଟିଥିବା ସଂଘର୍ଷ ଏବଂ ଭାରତୀୟ ପାଇଲଟଙ୍କ ଅଦମ୍ୟ ସାହସିକତା ଘଟଣା ଏବେ ସାରା ବିଶ୍ୱର ଦୃଷ୍ଟି ଆକର୍ଷଣ କରିଛି ।ପ୍ରଧାନମନ୍ତ୍ରୀ ମୋଦୀ ସୋସିଆଲ୍ ମିଡ଼ିଆ ଆକାଉଣ୍ଟ, ‘ଏକ୍ସ’ରେ ଲେଖିଛନ୍ତି ଯେ କ୍ୟାପଟେନ୍ ସ୍ମିତ ମଚ୍ଛାର ଜଣେ ହିରୋ । ଗୁରୁତର ଆହତ ହୋଇ ଏବଂ ବିପଦର ସମ୍ମୁଖୀନ ହୋଇ ମଧ୍ୟ ସେ ଅନ୍ୟମାନଙ୍କ ଜୀବନ ରକ୍ଷା କରିବା ପାଇଁ ଅପାର ସାହସ ପ୍ରଦର୍ଶନ କରିଥିଲେ। ତାଙ୍କର ଏହି ସାହସିକତାଙ୍କୁ ଯୋଗୁଁ ଶତାଧିକ ଅମୂଲ୍ୟ ଜୀବନ ବଞ୍ଚିଗଲା । କ୍ୟାପଟେନ୍ ମଚ୍ଛାର ପାଇଁ ସାରା ଭାରତ ଗର୍ବିତ ବୋଲି ମୋଦୀ ଲେଖିଛନ୍ତି । ଏହା ସହିତ ଆଶୁ ଆରୋଗ୍ୟ କାମନା କରିଛନ୍ତି । ଏହି ଘଟଣାକୁ ନେଇ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଜର ପ୍ରତିକ୍ରିୟା ରଖିଛନ୍ତି । ହ୍ୱାଇଟ୍ ହାଉସର ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି ଯେ, ଏହି ସମ୍ବେଦନଶୀଳ ଘଟଣା ସମ୍ପର୍କରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁଙ୍କ ସହ ଆଲୋଚନା କରିଛନ୍ତି । ରାଷ୍ଟ୍ରପତି ଟ୍ରମ୍ପ କହିଛନ୍ତି, ଲାଗୁଛି ଯେପରି ସହ-ପାଇଲଟ୍ ଜଣକ ହୁଏତ ଜଣେ ଆତଙ୍କବାଦୀ ଥିଲା କିମ୍ବା କୌଣସି ମାନସିକ ବିକୃତ ବ୍ୟକ୍ତି ଥିଲା, ଯିଏ ମୁଖ୍ୟ ପାଇଲଟଙ୍କୁ ଛୁରାମାଡ଼ କରିଥିଲା । ପାଇଲଟଙ୍କ ଅବସ୍ଥା ଅତ୍ୟନ୍ତ ଗୁରୁତର ଥିଲା । ଏଭଳି ସ୍ଥିତିରେ ମଧ୍ୟ ସେ ଏକ ପ୍ରକାର ହିରୋ ଭାବେ କାର୍ଯ୍ୟ କରିଛନ୍ତି । ଏହାସହିତ ଗୁଜରାଟ ସରକାର ସାହସୀ ପାଇଲଟ ସ୍ମିତ ମଚ୍ଛାରଙ୍କ ପାଇଁ ରାଜ୍ୟ ପୁରସ୍କାର ଘୋଷଣା କରିଛନ୍ତି। ତାଙ୍କ ଶୀଘ୍ର ଆରୋଗ୍ୟ ପାଇଁ ସୋମନାଥ ମନ୍ଦିରରେ ବିଶେଷ ପ୍ରାର୍ଥନା କରାଯାଇଥିଲା। ରାଜ୍ୟ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ପଟେଲ ଘୋଷଣା କରିଥିବା ମଚ୍ଛାରଙ୍କୁ ମର୍ଯ୍ୟାଦାଜନକ ଗୁଜରାଟ ଗରିମା ସମ୍ମାନ ପ୍ରଦାନ କରାଯିବ। ତାଙ୍କ ଅସାଧାରଣ ସାହସିକତା ଏବଂ ମାନବିକ କାର୍ଯ୍ୟ ପାଇଁ ତାଙ୍କୁ ଗୁଜରାଟର ସ୍ବୀକୃତି ମିଳିବ। ଏହି ସମ୍ମାନରେ ୨୫ ଲକ୍ଷ ଟଙ୍କା ଏବଂ ପୁରସ୍କାର ଅନ୍ତର୍ଭୁକ୍ତ।
Comments are closed, but trackbacks and pingbacks are open.