ସୁପ୍ରିମକୋର୍ଟଙ୍କ ଚିନ୍ତା: କର୍କଟ ଔଷଧର ମୂଲ୍ୟରେ ୧୦ ଗୁଣ ବୃଦ୍ଧି

29

ନୂଆଦିଲ୍ଲୀ: ହସ୍ପିଟାଲଗୁଡ଼ିକରେ କ୍ୟାନ୍ସର ଔଷଧର ମୂଲ୍ୟ ୧୦ ଗୁଣ ପର୍ଯ୍ୟନ୍ତ ବୃଦ୍ଧି କରିବା ଉପରେ ଗଭୀର ଚିନ୍ତା ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ। ମଙ୍ଗଳବାର ଦିନ ବିଚାରପତି ବିକ୍ରମ ନାଥ ଏବଂ ସନ୍ଦୀପ ମେହେଟ୍ଟାଙ୍କ ଏକ ଖଣ୍ଡପୀଠ କେନ୍ଦ୍ର ସରକାରଙ୍କୁ ହସ୍ପିଟାଲଗୁଡ଼ିକ ରୋଗୀମାନଙ୍କୁ ନିଜ ବିକ୍ରେତାଙ୍କଠାରୁ ଔଷଧ କିଣିବାକୁ ବାଧ୍ଯ କରୁଥିବା ପ୍ରସଙ୍ଗ ଉପରେ ବିଚାର କରିବାକୁ କହିଛନ୍ତି । ଫଳରେ ଏହି ବ୍ୟବସ୍ଥାର ପରିଣାମ ସାଧାରଣ ଲୋକ ଭୋଗୁଛନ୍ତି ବୋଲି କୋର୍ଟ କହିଛନ୍ତି । ଆରମ୍ଭରେ ଜଷ୍ଟିସ୍ ମେହେଟ୍ଟା କହିଥିଲେ ଯେ,”କର୍ପୋରେଟ୍ ହସ୍ପିଟାଲଗୁଡ଼ିକ କାହାକୁ ଛାଡି ନାହାଁନ୍ତି । ସେମାନେ ମୃତଦେହ ବାହାରକୁ ନେବାକୁ ମଧ୍ଯ ଅନୁମତି ଦିଅନ୍ତି ନାହିଁ । ଜଷ୍ଟିସ୍ ମେହେଟ୍ଟା ଆହୁରି କହିଛନ୍ତି ଯେ ସରକାର ଏହାକୁ ମଧ୍ଯ ଧ୍ୟାନ ଦେବା ଉଚିତ ଯେ, ଅନେକ କର୍ପୋରେଟ୍ ହସ୍ପିଟାଲ୍ ସେମାନଙ୍କର ନିଜସ୍ବ ଏକ ନିର୍ଦ୍ଦିଷ୍ଟ ଫାର୍ମାସରୁ ଔଷଧ କିଣିବାକୁ ନିର୍ଦ୍ଦେଶ ଦିଅନ୍ତି ଏବଂ ଯଦି ରୋଗୀ ବାହାରୁ ଔଷଧ କିଣିଲେ ଚିକିତ୍ସାର ଗ୍ୟାରେଣ୍ଟି ଦିଅନ୍ତି ନାହିଁ । ଏଥିସହ କୌଣସି ମିଶ୍ରଣ ବିନା ଏକ ସରଳ ଷ୍ଟାଟିନର ମୂଲ୍ୟ ୪୦ ଟଙ୍କା ଏବଂ ଆସ୍ପିରିନ୍ ସହିତ ମିଶ୍ରଣ କଲେ ଏହାର ମୂଲ୍ୟ ୭୦ ଟଙ୍କାକୁ ବୃଦ୍ଧି ପାଇଥାଏ ବୋଲି ମଧ୍ୟ କହିଛନ୍ତି । ସୁପ୍ରିମକୋର୍ଟ ଔଷଧ ଅର୍ଡର (DPCO), ୨୦୧୩ ଅନୁଯାୟୀ ଔଷଧ ମୂଲ୍ୟ ନିୟନ୍ତ୍ରଣ, ଜେନେରିକ୍ ଔଷଧର ପ୍ରେସକ୍ରିପସନ୍ ଏବଂ ଚିକିତ୍ସା ଉପକରଣ ନିୟନ୍ତ୍ରଣ ସମ୍ପର୍କିତ ଆବେଦନଗୁଡିକର ଶୁଣାଣି କରୁଥିଲେ । ଏଥିସହ କର୍ପୋରେଟ୍ ହସ୍ପିଟାଲଗୁଡ଼ିକରେ ଏକ ଅତ୍ୟାବଶ୍ୟକ କର୍କଟ ଔଷଧର ମୂଲ୍ୟ ୨୭,୦୦୦ ଟଙ୍କା ଥିଲାବେଳେ ଖୁଚୁରା ବ୍ୟବସାୟୀଙ୍କ ପାଇଁ ଏହାର ମୂଲ୍ୟ ୨୭୦୦ ଟଙ୍କା ଥିଲା । ସେମାନଙ୍କୁ ଏକ ସମାଧାନ ଖୋଜିବାକୁ ପଡିବ ଏବଂ କିଛି ସନ୍ତୁଳନ ବଜାୟ ରଖିବାକୁ ପଡିବ । ସଲିସିଟର ଜେନେରାଲ କହିଥିଲେ ଯେ ତାଙ୍କୁ ଏହି ବିଷୟରେ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିବାକୁ ପଡିବ ଏବଂ ସେମାନେ ଏକମତ ହୋଇଥିଲେ ଯେ ଏହି ପ୍ରସଙ୍ଗ ଉପରେ ଧ୍ୟାନ ଦେବା ଆବଶ୍ୟକ । DPCO ଅନୁଯାୟୀ, ମାର୍ଜିନ୍ ୧୬ ପ୍ରତିଶତ ହେବା ଉଚିତ । ପ୍ରତ୍ୟେକ ଔଷଧ ଅତ୍ୟାବଶ୍ୟକ ସାମଗ୍ରୀ ଆଇନ ଅଧୀନରେ ଆସେ । ତେବେ ମୂଲ୍ୟ ନିର୍ଦ୍ଧାରଣ କରିବାକୁ କାହିଁକି କୁହାଯାଉଛି । ଶେଷରେ, ସଚ୍ଚୋଟ କରଦାତା ହିଁ କ୍ଷତିଗ୍ରସ୍ତ ହୁଅନ୍ତି। ଆମେ ଏହି ମାମଲାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବୁ । ଅନ୍ୟପଟେ ଖଣ୍ଡପୀଠ ମାମଲାର ପରବର୍ତ୍ତୀ ଶୁଣାଣି ଅକ୍ଟୋବର ୧୨ ତାରିଖକୁ ଧାର୍ଯ୍ୟ କରିଛନ୍ତି । ସେପ୍ଟେମ୍ବର ୨୨ ତାରିଖରେ, ସୁପ୍ରିମକୋର୍ଟ ଅତ୍ୟାବଶ୍ୟକ କର୍କଟ ଔଷଧର ଅତ୍ୟାଧିକ ମୂଲ୍ୟରେ ଆଶ୍ଚର୍ଯ୍ୟ ପ୍ରକାଶ କରିଥିଲେ | ଗୋଟିଏ ଔଷଧର MRP ୨୭,୦୦୦ ଥିଲା, କିନ୍ତୁ ଖୁଚୁରା ବ୍ୟବସାୟୀମାନଙ୍କୁ ୧୨,୭୦୦ ରେ ଯୋଗାଇ ଦିଆଯାଉଥିଲା ବୋଲି କୋର୍ଟ ଉଲ୍ଲେଖ କରିଥିଲେ । ରୋଗୀମାନଙ୍କୁ ଏହିପରି କିପରି ଠକାମି କରାଯାଇପାରେ ବୋଲି କୋର୍ଟ ପ୍ରଶ୍ନ ଉଠାଇଛନ୍ତି ଏବଂ କହିଛନ୍ତି, ଫାର୍ମା କମ୍ପାନୀ ଏବଂ ଖୁଚୁରା ବିକ୍ରେତାମାନଙ୍କ ଦ୍ୱାରା ଅତ୍ୟାବଶ୍ୟକ ଔଷଧର ଅତ୍ୟଧିକ ମୂଲ୍ୟ ବୃଦ୍ଧିକୁ ରୋକିବା ସହିତ ଔଷଧକୁ ସୁଲଭ କରିବା ପାଇଁ କର୍ତ୍ତୃପକ୍ଷଙ୍କୁ ନିର୍ଦ୍ଦେଶ ଦେବାକୁ ଏକ ଆବେଦନରେ ଦାବି କରାଯାଇଥିଲା । ସେହିପରି ଦ୍ବିତୀୟ ଆବେଦନରେ ରୋଗୀଙ୍କୁ ଜେନେରିକ୍ ଔଷଧ ଲେଖିଥିବା ଡାକ୍ତରମାନଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଛି ।

Comments are closed, but trackbacks and pingbacks are open.