ନୂଆଦିଲ୍ଲୀ: ଭାରତର ସର୍ବବୃହତ ସିଗାରେଟ୍ ନିର୍ମାତା କମ୍ପାନୀ ଆଇଟିସି ଏହାର ବେଶ୍ ଲୋକପ୍ରିୟ ବ୍ରାଣ୍ଡ ‘ଗୋଲ୍ଡ ଫ୍ଲେକ୍’ ସିଗାରେଟ୍ର ମୂଲ୍ୟ ପୁନର୍ବାର ବୃଦ୍ଧି କରିଛି। କମ୍ପାନୀ ପକ୍ଷରୁ ‘ଗୋଲ୍ଡ ଫ୍ଲେକ୍ ପ୍ରିମିୟମ୍’ ଏବଂ ଏହାର ସମ୍ବନ୍ଧିତ ପ୍ରକାରଗୁଡ଼ିକର ଦାମ୍ ବଢ଼ାଯାଇଥିବା ବେଳେ ୧୦ ଏବଂ ୨୦ ସିଗାରେଟ୍ ପ୍ୟାକ୍ର ସର୍ବାଧିକ ଖୁଚୁରା ମୂଲ୍ୟ ବୃଦ୍ଧି ପାଇଛି। ଏହି ମୂଲ୍ୟ ବୃଦ୍ଧି ପରେ ୧୦ଟି ସିଗାରେଟ୍ ଥିବା ପ୍ୟାକ୍ର ମୂଲ୍ୟ ୧୨୫ ଟଙ୍କାରୁ ବୃଦ୍ଧି ପାଇ ୧୩୫ ଟଙ୍କାରେ ପହଞ୍ଚିଛି। ଚଳିତ ବର୍ଷ ଗୋଲ୍ଡ ଫ୍ଲେକ୍ ପ୍ରିମିୟମ୍ ପ୍ୟାକ୍ ମୋଟ ୧୭.୪ ପ୍ରତିଶତ ମହଙ୍ଗା ହୋଇସାରିଛି। ପୂର୍ବରୁ ୧୦ଟି ସିଗାରେଟ୍ ପ୍ୟାକ୍ର ମୂଲ୍ୟ ୧୧୫ ଟଙ୍କା ଥିବା ବେଳେ ତାହା ଏବେ ୧୩୫ ଟଙ୍କାକୁ ବୃଦ୍ଧି ପାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ଗୋଲ୍ଡ ଫ୍ଲେକ୍ ପ୍ରିମିୟମ୍ ସିଗାରେଟ୍ର ଦାମ୍ ବୃଦ୍ଧି ହେବା ଏହା ଦ୍ୱିତୀୟ ଘଟଣା। ଏହା ପୂର୍ବରୁ ଗତ ଜୁନ୍ ମାସରେ ଏହି ବ୍ରାଣ୍ଡର ମୂଲ୍ୟ ୮.୭ ପ୍ରତିଶତ ବୃଦ୍ଧି କରାଯାଇଥିଲା, ଯେଉଁଥିରେ ୧୦ ସିଗାରେଟ୍ ପ୍ୟାକ୍ର ମୂଲ୍ୟ ୧୧୫ ଟଙ୍କାରୁ ୧୨୫ ଟଙ୍କାକୁ ବୃଦ୍ଧି ପାଇଥିଲା।
Comments are closed, but trackbacks and pingbacks are open.