ଏସିଆନ ଗେମ୍ସରେ ମୀରାବାଈ ଚାନୁଙ୍କୁ ରୌପ୍ୟ

26

ନୂଆଦିଲ୍ଲୀ: ଜାପାନରେ ଚାଲିଥିବା ଏସିଆନ ଗେମ୍ସରେ ଭାରତୀୟ ମହିଳା ଭାରୋତ୍ତୋଳନକାରୀ ମୀରାବାଈ ଚାନୁ ତାଙ୍କ କ୍ୟାରିୟରର ପ୍ରଥମ ରୌପ୍ୟ ପଦକ ଜିତିଛନ୍ତି। ଏହା ସହିତ ଏସିଆନ ଗେମ୍ସରେ ଭାରତ ୨୮ ବର୍ଷ ପରେ ଭାରୋତ୍ତୋଳନରେ ପଦକ ହାସଲ କରିଛି | ମହିଳା ୪୯ କେଜି ୱେଟ୍‌ଲିଫ୍‌ଟିଂରେ ମୀରାବଈ ଚାନୁ ଏହି ସଫଳତା ହାସଲ କରିଛନ୍ତି। ଫାଇନାଲ ରାଉଣ୍ଡରେ ସେ ଦ୍ୱିତୀୟ ସ୍ଥାନରେ ରହି ଏହି ପଦକ ହାସଲ କରିଥିବା ବେଳେ ଉତ୍ତର କୋରିଆର ରି ସଙ୍ଗ-ଗମ୍ ପ୍ରଥମ ସ୍ଥାନରେ ରହି ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି । ମୀରାବାଈ ଚାନୁ ମୋଟ ୧୯୮ କିଲୋଗ୍ରାମ ଉଠାଇଥିଲେ। ସ୍ନାଚ୍‌ରେ ସେ ୮୭ କେଜି ଉଠାଇଥିବା ବେଳେ କ୍ଲିନ୍ ଆଣ୍ଡ ଜର୍କରେ ସେ ୧୧୧ କେଜି ଉଠାଇଥିଲେ। ଶେଷ ଥର ପାଇଁ ୧୯୯୮ ମସିହାରେ ବ୍ୟାଙ୍କକ ଏସିଆନ ଗେମ୍ସରେ ଭାରତ ପାଇଁ ଭାରୋତ୍ତୋଳନରେ ପଦକ ଜିତିଥିଲେ କର୍ଣ୍ଣମ ମଲ୍ଲେଶ୍ୱରୀ।

Comments are closed, but trackbacks and pingbacks are open.