ପାକିସ୍ତାନକୁ ୩-୦ରେ ହରାଇ କ୍ୱାର୍ଟରଫାଇନାଲରେ ଭାରତୀୟ ମହିଳା ଟେବୁଲ ଟେନିସ ଟିମ୍

33

ନୂଆଦିଲ୍ଲୀ: ୨୦୨୬ ଏସୀୟ କ୍ରୀଡ଼ାରେ ଭାରତୀୟ ମହିଳା ଟେବୁଲ ଟେନିସ ଦଳ ଚମତ୍କାର ପ୍ରଦର୍ଶନ କରି ପାକିସ୍ତାନକୁ ୩-୦ ସେଟ୍‌ରେ ପରାସ୍ତ କରିଛି। ଏହି ବୃହତ୍ ବିଜୟ ସହ ଭାରତୀୟ ଦଳ କ୍ୱାର୍ଟରଫାଇନାଲରେ ନିଜର ସ୍ଥାନ ପକ୍କା କରିନେଇଛି। ପୁରା ପ୍ରତିଯୋଗିତାରେ ଭାରତୀୟ ମହିଳା ଖେଳାଳିମାନେ ନିଜର ଆଧିପତ୍ୟ ବଜାୟ ରଖିଛନ୍ତି। ପ୍ରଥମ ମ୍ୟାଚ୍‌ରେ ଇଣ୍ଡୋନେସିଆକୁ ୩-୦ରେ କ୍ଲିନ୍ ସ୍ୱିପ୍ କରିବା ପରେ, ଦ୍ୱିତୀୟ ମ୍ୟାଚ୍‌ରେ ସିଙ୍ଗାପୁରକୁ ଏକ କଡ଼ା ମୁକାବିଲାରେ ହରାଇଥିଲେ। ଏବଂ ତୃତୀୟ ମ୍ୟାଚ୍‌ରେ ପାକିସ୍ତାନକୁ ସୋଚନୀୟ ଭାବେ ପରାସ୍ତ କରି କ୍ରମାଗତ ତୃତୀୟ ବିଜୟ ହାସଲ କରିଛନ୍ତି। ଟେବୁଲ ଟେନିସ ଦଳଗତ ପ୍ରତିଯୋଗିତା ‘ବେଷ୍ଟ-ଅଫ୍-ଫାଇଭ୍’ (ଶ୍ରେଷ୍ଠ ୫ଟି ମ୍ୟାଚ୍) ଆଧାରରେ ଖେଳାଯାଏ, ଯେଉଁଥିରେ ପ୍ରଥମେ ୩ଟି ମ୍ୟାଚ୍ ଜିତୁଥିବା ଦଳକୁ ବିଜେତା ଘୋଷଣା କରାଯାଏ। ପାକିସ୍ତାନର କୌଣସି ବି ଖେଳାଳି ଭାରତୀୟ ଦଳ ସମ୍ମୁଖରେ ସାମ୍ନା କରିପାରି ନଥିଲେ ଏବଂ ଭାରତ ୩-୦ରେ ଏକତରଫା ବିଜୟ ହାସଲ କରିଥିଲା।

Comments are closed, but trackbacks and pingbacks are open.