ପ୍ରଧାନମନ୍ତ୍ରୀ ଉପଭୋକ୍ତାଙ୍କ ଖାତାକୁ ୭୦୦ କୋଟି ଟ୍ରାନ୍ସଫର କଲେ

22

ପ୍ରଧାନମନ୍ତ୍ରୀ ଆୱାସ ଯୋଜନା-ଗ୍ରାମୀଣ କାର୍ଯ୍ୟକ୍ରମ କୁ ଡିଜିଟାଲପ୍ଲାଟ୍ଫର୍ମ ମାଧ୍ୟମରେ ଆଜି ଭାଗ ନେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କାର୍ଯ୍ୟକ୍ରମରେ ରେ ଯୋଗ ଦେଇ ମୋଦି ୧ ଲକ୍ଷ ୪୭ ହଜାରରୁ ଅଧିକ ଉପଭୋକ୍ତାଙ୍କ ବ୍ୟାଙ୍କ ଆକାଉଣ୍ଟକୁ ୭୦୦ କୋଟି ଟଙ୍କା ଟ୍ରାନ୍ସଫର କରିବେ । ମୋଦିଙ୍କ ସହ କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମର ମଧ୍ୟ ଉପସ୍ଥିତ ରହିଥିଲେ । ସୂଚନାଯୋଗ୍ୟ ଯେ, ପିଏମଏୱାଇ-ଜି ଯୋଜନାରେ ଉତ୍ତରପ୍ରଦେଶ ପରି ପ୍ଲେନ ଏରିଆରେ ରହୁଥିବା ଲୋକଙ୍କୁ ୧ ଲକ୍ଷ ୨୦ ହଜାର ଟଙ୍କାର ଶତ ପ୍ରତିଶତ ଗ୍ରାଣ୍ଟ ମିଳିଥାଏ । ସେହିପରି ନର୍ଥ-ଇଷ୍ଟ, ଜମ୍ମୁ କଶ୍ମୀର ଓ ଲଦ୍ଦାଖ ପରି ପାହାଡ଼ିଆ ଅଞ୍ଚଳର ଲାଭାର୍ଥୀଙ୍କୁ ୧ ଲକ୍ଷ ୩୦ ହଜାର ଗ୍ରାଣ୍ଟ ଦିଆଯାଇଥାଏ । ଯେଉଁମାନେ ଏହି ଯୋଜନା ଆବେଦନ କରିଛନ୍ତି, ସେମାନେ ଅନଲାଇନରେ ନିଜର ଆକାଉଣ୍ଟ ଚେକ୍ କରିପାରିବେ

Leave A Reply

Your email address will not be published.