UPI ପେମେଣ୍ଟ ଉପରେ MDR ଶୁଳ୍କକୁ ଚ୍ୟାଲେଞ୍ଜ: ସୁପ୍ରିମକୋର୍ଟରେ ଜନସ୍ୱାର୍ଥ ମାମଲା ଦାୟର

29

ନୂଆଦିଲ୍ଲୀ: UPI ପେମେଣ୍ଟ ଉପରେ ଚାର୍ଜ ଲାଗୁ ନିଷ୍ପତ୍ତିକୁ ନେଇ ମାମଲା ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛି। ୨,୦୦୦ ଟଙ୍କାରୁ ଅଧିକ UPI କାରବାର ଉପରେ ୦.୪ ପ୍ରତିଶତ (MDR) ଲାଗୁ କରିବା ପାଇଁ ହୋଇଥିବା ବିଜ୍ଞପ୍ତିକୁ ଚ୍ୟାଲେଞ୍ଜ କରି ସର୍ବୋଚ୍ଚ ଅଦାଲତରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର କରାଯାଇଛି। ଅଞ୍ଜନ ଦତ୍ତା ନାମକ ଜଣେ ଆବେଦନକାରୀ ଏହି ମାମଲା ଦାୟର କରି ଅଭିଯୋଗ କରିଛନ୍ତି ଯେ, ଏହି ନୂଆ ବ୍ୟବସ୍ଥା ସମ୍ବିଧାନ ଦ୍ୱାରା ପ୍ରଦତ୍ତ ଆଇନ ସମ୍ମୁଖରେ ସମାନତା ଏବଂ ମୁକ୍ତ ବାଣିଜ୍ୟ କରିବାର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଉପଯୁକ୍ତ ଆଲୋଚନା ଓ ପ୍ରଶାସନିକ ପ୍ରକ୍ରିୟା ଅନୁସରଣ ନକରି ଏହାକୁ କାର୍ଯ୍ୟକାରୀ କରାଯାଉଥିବାରୁ ଏହା ବିଶେଷ କରି ଛୋଟ ବ୍ୟବସାୟୀଙ୍କ ଉପରେ ଅତିରିକ୍ତ ଆର୍ଥିକ ବୋଝ ପକାଇବ। ଅତିରିକ୍ତ UPI ଶୁଳ୍କରୁ ବର୍ତ୍ତିବା ପାଇଁ ଲୋକେ ପୁଣି ଥରେ ନଗଦ କାରବାର ଆଡ଼କୁ ମୁହାଁଇବା ସମ୍ଭାବନା ରହିଛି, ଯାହା ଦେଶର ‘ଡିଜିଟାଲ୍ ଅର୍ଥନୀତି’ ଲକ୍ଷ୍ୟକୁ ଗମ୍ଭୀର ଭାବେ ପ୍ରଭାବିତ କରିବ ବୋଲି ଆବେଦନରେ ଦର୍ଶାଯାଇଛି।

Comments are closed, but trackbacks and pingbacks are open.