ବିପଦ ବେଳର ବନ୍ଧୁ ହିଁ ପ୍ରକୃତ ବନ୍ଧୁ : ବୃଦ୍ଧା ଦେଖାଇଲେ ମହାନତା

22

ସମ୍ପତ୍ତି ପାଇଁ କେଉଁଠି ରକ୍ତ ରକ୍ତକୁ ଚିହ୍ନେନି ତ ଆଉ କେଉଁଠି ସମ୍ପତ୍ତି ପାଇଁ ରକ୍ତସଂପର୍କୀୟ ମାନେ ଫିକା ପଡି ଥାନ୍ତି I କିନ୍ତୁ ନିଜରକ୍ତ ସଂପର୍କ ନହୋଇ ମଧ୍ୟ ଜଣେ ରିକ୍ସାଚାଳକଙ୍କୁ ନିଜର ପ୍ରାୟ କୋଟିଏରୁ ଉର୍ଦ୍ଧ ଟଙ୍କାର ସମ୍ପତ୍ତି ସହିତ ନିଜର ସମସ୍ତ ଗହଣା ଗାଣ୍ଠି ଦାନ କରି ଦେଇଛନ୍ତି ଜଣେ ବୃଦ୍ଧା । ଏମିତି ମହିୟସୀ ମହିଳା ହେଲେ କଟକ ସହରର ସୂତାହାଟ ଅଞ୍ଚଳର ମିନତୀ ପଟ୍ଟନାୟକ । ୬ମାସ ଭିତରେ ଆଗପଛ ହୋଇ ସ୍ୱାମୀ ଓ ପରେ ପରେ ହାର୍ଟ ଆଟାକ ରେ ଝିଅ ଚାଲିଗଲା ପରେ ଅତ୍ୟନ୍ତ ଦୁଃଖରେ ଭାଙ୍ଗି ପଡ଼ିଥିଲେ ମିନତୀ I ସେହି ସମୟରେ ନିଜର ରକ୍ତ ସମ୍ପର୍କୀୟ ମାନେ ଆଶ୍ୱାସନା ଦେଇ ବାଟ ଭାଙ୍ଗି ଚାଲି ଯାଇଥିଲେ I ବୟସର ଅପରାହ୍ନରେ ପହଁଚିଥିବା ମିନତୀ ଙ୍କ ପାଇଁ ଶେଷ ସାହାରା ବନିଥିଲେ ତାଙ୍କୁ ଏବଂ ତାଙ୍କ ଝିଅ କୁ ପ୍ରତିଦିନ ନେବାଆଣିବା କରୁଥିବା ଜଣେ ରିକ୍ସାବାଲା I ଜଣେ ରିକ୍ସାବାଲାକୁ କଟକ ସହରରେ ଥିବା ତିନି ମହଲା ବିଶିଷ୍ଟ ଘର, ଆସବାବପତ୍ର ଓ ସୁନାଗହଣା ଟେକି ଦେଇଛନ୍ତି । ଯାହାର ମୂଲ୍ୟ ପ୍ରାୟ କୋଟିଏରୁ ଅଧିକ ହେବ ବୋଲି କୁହାଯାଉଛି । ଏହା ସହ ରିକ୍ସାବାଲା ର ପରିବାରକୁ ଆଣି ନିଜ ଘରେ ଆଶ୍ରୟ ଦେଛନ୍ତି ମିନତୀ I ଆଉ ଜୀବନର ଶେଷ ପର୍ଯ୍ୟନ୍ତ ରିକ୍ସାବାଲାର ପରିବାର ସହ ରହିବା ପାଇଁ ନିଷ୍ପତି ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛନ୍ତି I ରିକ୍ସାବାଲା ସହ ମିନତୀଙ୍କ ପରିବାରର ସମ୍ପର୍କ ଦୀର୍ଘ ୧୩ ବର୍ଷର । ଝିଅ ଯେତେବେଳେ ଛୋଟ ହୋଇଥିଲା ସେତେବେଳେ ସ୍କୁଲକୁ ନେଉଥିଲେ, ମିନତୀଙ୍କୁ ଅଫିସକୁ ନେଉଥିଲେ ରିକ୍ସାବାଲା I ମିନତୀ ତାଙ୍କ ପରିବାରର ବ୍ୟବହାର ଓ ଯତ୍ନରେ ସନ୍ତୁଷ୍ଟ ହୋଇ ଶେଷରେ ସବୁ ସମ୍ପତିକୁ ଟେକି ଦେଇଛନ୍ତି ମିନତୀ I ରିକ୍ସାବାଲାର ଜଣେ ଝିଅ ବିବାହିତ ଥିବାବେଳେ ଆଉ ଦୁଇ ପୁଅ ଓ ପତ୍ନୀ ଅଛନ୍ତି ଇ ପ୍ରାୟ ତିନି ମାସ ପୂର୍ବରୁ ଘରର ସମସ୍ତ କାଗଜପତ୍ର ମିନତୀ ରିକ୍ସାବାଲା ନାଁରେ କରିଦେଇଛନ୍ତି I

Leave A Reply

Your email address will not be published.