ଅଷ୍ଟମ ଥର ଏସିଆ କପ୍ ଟାଇଟଲ ଜିତିଲା ଭାରତ

19

ନୂଆଦିଲ୍ଲୀ: ଦୁବାଇ ଇଣ୍ଟରନ୍ୟାସନାଲ୍ ଷ୍ଟାଡିୟମରେ ଖେଳାଯାଇଥିବା ଏସିଆ କପ୍ ଫାଇନାଲ ମ୍ୟାଚରେ ଭାରତୀୟ ଅଧିନାୟକ ହରମନପ୍ରୀତ କୌର ଟସ୍ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲେ l ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୧୮୩ ରନ ସ୍କୋର କରିବାରେ ସଫଳ ହୋଇଥିଲା । ଶେଫାଲି ବର୍ମା ୩୯ ବଲରୁ ୬୮ ରନ କରିଥିଲେ, ୯ ଚୌକା ଏବଂ ୨ ଛକା ମାରିଥିଲେ । ସ୍ମୃତି ମନ୍ଧାନା ୧୫୧ ଷ୍ଟ୍ରାଇକ୍‌ ରେଟରେ ୩୯ ବଲରେ ୫୯ ରନ କରିଥିଲେ । ହରମନପ୍ରୀତ କୌର ୧୪ (୧୪), ରିଚା ଘୋଷ ୧୭ (୧୩), ଦୀପ୍ତି ଶର୍ମା ୫, ଭାରତୀ ଫୁଲମାଲି ୨ ରନ କରିଥିଲେ । ୧୮୩ ରନ୍‌ର ବିଜୟଲକ୍ଷ୍ୟକୁ ନେଇ ବ୍ୟାଟିଂ କରୁଥିବା ଶ୍ରୀଲଙ୍କାର ବ୍ୟାଟିଂ ଲାଇନ୍‌ଅପ୍ ଭାରତୀୟ ବୋଲରଙ୍କ ଆଗରେ ଧରାଶାୟୀ ହୋଇଯାଇଥିଲା। ଭାରତ ପକ୍ଷରୁ ଘାତକ ବୋଲିଂ ପ୍ରଦର୍ଶନ କରି ଶ୍ରୀ ଚରଣୀ ସର୍ବାଧିକ ୪ଟି ଓ୍ୱିକେଟ୍ ଅକ୍ତିଆର କରିଥିବାବେଳେ, ଦୀପ୍ତି ଶର୍ମା ମଧ୍ୟ ୩ଟି ଓ୍ୱିକେଟ୍ ନେଇ ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ। ୨୦୦୪ ମସିହାରୁ ଆରମ୍ଭ ହୋଇଥିବା ମହିଳା ଏସିଆ କପ୍‌ର ପ୍ରଥମ ସଂସ୍କରଣରୁ ଭାରତୀୟ ଦଳ ବିଜୟୀ ହୋଇଆସୁଛି l

Comments are closed, but trackbacks and pingbacks are open.