ରାଉରକେଲା ସର୍କିଟ୍ ହାଉସରେ ‘ଆଡଲ୍ଟ ଷ୍ଟାର୍‌’ଙ୍କ ରହଣି:ପୁଲିସ ଖୋଳତାଡ଼ ଜାରି

60

ଭୁବନେଶ୍ବର: ସୁନ୍ଦରଗଡ଼ ଜିଲ୍ଲା ରାଉରକେଲାର ସରକାରୀ ସର୍କିଟ୍ ହାଉସରେ ଜଣେ ‘ଆଡଲ୍ଟ ଫିଲ୍ମ ଷ୍ଟାର’ଙ୍କ ରହଣିକୁ ନେଇ ରାଜ୍ୟସାରା ପ୍ରବଳ ବିବାଦ ସୃଷ୍ଟି ହୋଇଛି। ସମ୍ପୃକ୍ତ ଅଭିନେତ୍ରୀଙ୍କ ଏକ ପୁରୁଣା ଭିଡିଓ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବା ପରେ ପୁଲିସ ଘଟଣାର ତଦନ୍ତ ପ୍ରକ୍ରିୟାକୁ ଜୋରଦାର କରିଛି। ଗତବର୍ଷ ଡିସେମ୍ବର ୧ ତାରିଖରେ ରାଉରକେଲା ଗସ୍ତ ସମୟରେ ଏହି ଅଭିନେତ୍ରୀଙ୍କ ପାଇଁ ସରକାରୀ ସର୍କିଟ୍ ହାଉସରେ କିପରି ରୁମ୍ ବୁକ୍ ହେଲା, କାହା ସୁପାରିସରେ ଏହି ସୁଯୋଗ ମିଳିଲା ଏବଂ ନିର୍ଦ୍ଧାରିତ ନିୟମ ପାଳନ କରାଯାଇଥିଲା କି ନାହିଁ, ସେ ନେଇ ସବିଶେଷ ତଦନ୍ତ ଚାଲିଛି। ପ୍ରାପ୍ତ ସୂଚନା ଅନୁସାରେ, ଏହି ଘଟଣାରେ ଜଣେ ଅବସରପ୍ରାପ୍ତ ଏସପି (SP) ପାହ୍ୟାର ପୁଲିସ ଅଧିକାରୀଙ୍କ ପୁଅ, ଜଣେ ଟ୍ରାଭେଲ ଏଜେନ୍ସି ମାଲିକ ଏବଂ ଉଦିତନଗରସ୍ଥିତ ଏକ ଘରୋଇ ସଂସ୍ଥାର ସହ-ମାଲିକଙ୍କ ସମେତ ୩ ଜଣଙ୍କୁ ପୁଲିସ ଅଟକ ରଖି ବିସ୍ତୃତ ପଚରାଉଚରା କରିବା ପରେ ଛାଡ଼ିଦେଇଛି। ଅଭିନେତ୍ରୀଙ୍କ ପାଇଁ ରହଣି ଓ ଗସ୍ତ ବ୍ୟବସ୍ଥା କରିବାରେ ଅବସରପ୍ରାପ୍ତ ପୁଲିସ ଅଧିକାରୀଙ୍କ ପୁଅଙ୍କ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥିବା ସନ୍ଦେହ କରାଯାଉଛି। ଏହାସହ ପୁଲିସ ସର୍କିଟ୍ ହାଉସର କର୍ମଚାରୀ, ବିଳାସପୂର୍ଣ୍ଣ ଗାଡ଼ିର ମାଲିକ ଓ ଡ୍ରାଇଭରଙ୍କୁ ମଧ୍ୟ ପଚରାଉଚରା କରି ତଥ୍ୟ ସଂଗ୍ରହ କରିଛି

Comments are closed, but trackbacks and pingbacks are open.