ମାନସିକ ଭାରସାମ୍ୟ ହରାଇ ଯୁବକଙ୍କ ଆତ୍ମହତ୍ୟା

45

ଭୁବନେଶ୍ବର: ଗୋପାଳପୁର ବେଳାଭୂମି ଅନ୍ତର୍ଗତ ମଣିବାବା ସାହିର ବିଶ୍ୱଜିତ ଚୌଧୁରୀ ନାମକ ଜଣେ ୨୭ ବର୍ଷୀୟ ଯୁବକ ଆତ୍ମହତ୍ୟା କରିଥିବା ଜଣାପଡିଛି। ମୃତ ଯୁବକଙ୍କ ବାପା ରମାକାନ୍ତ ଚୌଧୁରୀ କୌଣସି କାମରେ ବାହାରକୁ ଯାଇଥିବା ବେଳେ ପଡ଼ୋଶୀ ଲୋକଙ୍କ ଫୋନ୍ ଖବର ପାଇ ଘରକୁ ଆସି ଦେଖିଲେ ଯେ, ପୁଅ ଗୋଟିଏ ଲୁହା ଛଡରେ ଗାମୁଛା ବାନ୍ଧି ଝୁଲୁଛି। ତାଙ୍କୁ ସେଠାରୁ ଉଦ୍ଧାର କରି ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ନେଇଥିଲେ। କିନ୍ତୁ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ଜବତ କରି ଏକ ଅପମୃତ୍ୟୁ ମାମଲା ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛନ୍ତି। ମୃତ ଯୁବକଙ୍କ ମାନସିକ ସ୍ଥିତି ଠିକ୍ ନଥିଲା ବୋଲି ବାପା ରମାକାନ୍ତ କହିଛନ୍ତି।

Comments are closed, but trackbacks and pingbacks are open.