ପୃଥିବୀର ୧୦ ପ୍ରଦୂଷିତ ସହର ମଧ୍ୟରୁ ଭାରତ ରୁ ୩ ସହର

24

ଦିଲ୍ଲୀରେ ବାୟୁ ପ୍ରଦୂଷଣର ସ୍ତର ବଢ଼ି ଉଦ୍ବେଗଜଙ୍କ ପରିସ୍ଥିତି ରେ ପହଂଚିଛି । ଏ ସମ୍ପର୍କରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ଚାଲିଥିଲା ଏହି ପରିପ୍ରେକ୍ଷୀରେ ମୁଖ୍ୟ ବିଚାରପତି ଚିନ୍ତା ପ୍ରକଟ କରି କହିଛନ୍ତି ଘରେ ରହିଲେ ମଧ୍ୟ ଲୋକମାନେ ମାସ୍କ ବ୍ୟବହାର କରିବା ଜରୁରୀ ହେଇ ଗଲାଣି I ଦିଲ୍ଲୀ ସ୍ୱାସ୍ଥ୍ୟ ବିଭାଗ ତରଫରୁ ଲୋକମାନଙ୍କୁ ଘରେ ରହିବାକୁ ପରାମର୍ଶ ଦେଇଛନ୍ତି । ଏହା ସହିତ ଆସନ୍ତା ସୋମବାର ଠାରୁ ଏକ ସପ୍ତାହ ପର୍ଯ୍ୟନ୍ତ ଦିଲ୍ଲୀରେ ସମସ୍ତ ଶିକ୍ଷାନୁଷ୍ଠାନ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ ରଖିବାକୁ ସରକାର ନିଷ୍ପତି ନେଇଛନ୍ତି ଇ ପ୍ରଦୂଷଣ ବର୍ତ୍ତମାନ କେବଳ ଭାରତ ନୁହେଁ ସମଗ୍ର ବିଶ୍ୱ ପାଇଁ ଚିନ୍ତାର ବିଷୟ ପାଲଟିଛି । ଏହାକୁ ନେଇ ଗୋଟେ ପଟେ କପ୍୨୬ ପରି ସମ୍ମିଳନୀ ଜଳବାୟୁ ପରିବର୍ତ୍ତନ ଉପରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ଜାରି ରଖିଥିବା ବେଳେ ଅନ୍ୟପଟେ ସ୍ୱିଜରଲ୍ୟାଣ୍ଡ ଭିତ୍ତିକ ଜଳବାୟୁ ଗୋଷ୍ଠୀ ଆଇକ୍ୟୁଏୟାରର ବାୟୁ ଗୁଣବତ୍ତା ଏବଂ ପ୍ରଦୂଷଣ ସହର ଟ୍ରାକିଂ ସେବା ବିଶ୍ୱରେ ପ୍ରଦୂଷିତ ସହରଗୁଡିକର ଏକ ତାଲିକା ପ୍ରକାଶ କରିଛି, ଯେଉଁଥିରେ ଭାରତର ତିନୋଟି ସହର ରହିଛି । ଏହି ତାଲିକାରେ ପାକିସ୍ତାନ ଏବଂ ଚୀନ୍ କିଛି ସହର ମଧ୍ୟ ଅନ୍ତର୍ଭୁକ୍ତରହିଛି ।
ହି ତାଲିକାରେ ଦିଲ୍ଲୀ ଏକ୍ୟୁଆଇ ୫୫୬ ସହିତ ଟପ୍ ରେ ରହିଛି । ସେହିପରି ତାଲିକାରେ କୋଲକାତା ୪ର୍ଥ ନମ୍ବରରେ ଥିବା ବେଳେ ମୁମ୍ବାଇ ୬ଷ୍ଠ ନମ୍ବରରେ ରହିଛି । ଖରାପ ଏକ୍ୟୁଆଇ ସୂଚକାଙ୍କ ଥିବା ସହର ମଧ୍ୟରେ ପାକିସ୍ତାନର ଲାହୋର୍ ଓ ଚୀନର ଚେଙ୍ଗଦୁ ସାମିଲ ରହିଛି ।
ଆଇକ୍ୟୁଏୟାର୍ ଅନୁସାରେ ଟପ୍ ରେ ଥିବା ୧୦ଟି ପ୍ରଦୁଷିତ ସହର ହେଉଛି:
୧. ଦିଲ୍ଲୀ, ଭାରତ(ଏକ୍ୟୁଆଇ:୫୫୬)
୨. ଲାହୋର୍, ପାକିସ୍ତାନ(ଏକ୍ୟୁଆଇ:୩୫୪)
୩. ସୋଫିଆ, ବୁଲଗେରିୟା(ଏକ୍ୟୁଆଇ:୧୭୮)
୪. କୋଲକାତା, ଭାରତ(ଏକ୍ୟୁଆଇ:୧୭୭)
୫. ଜାଗ୍ରେବ୍, କ୍ରୋଏସିୟା(ଏକ୍ୟୁଆଇ:୧୭୩)
୬. ମୁମ୍ବାଇ, ଭାରତ(ଏକ୍ୟୁଆଇ:୧୬୯)
୭. ବେଲଗ୍ରେଡ୍, ସର୍ବିୟା(ଏକ୍ୟୁଆଇ:୧୬୫)
୮. ଚେଙ୍ଗଦୁ, ଚୀନ(ଏକ୍ୟୁଆଇ:୧୬୫)
୯. ସ୍କୋପ୍ଜେ, ଉତ୍ତର ମେସେଡୋନିଆ (ଏକ୍ୟୁଆଇ:୧୬୪)
୧୦. କ୍ରାକୋ, ପୋଲାଣ୍ଡ (ଏକ୍ୟୁଆଇ:୧୬୦)

Leave A Reply

Your email address will not be published.