ବାୟୁ ପ୍ରଦୂଷଣରେ ରାଜଧାନୀ ବାସୀ ଅତିଷ୍ଠ : ସପ୍ତାହେ ପର୍ଯ୍ୟନ୍ତ ସ୍କୁଲ ସମେତ ସମସ୍ତ ସରକାରୀ କାର୍ଯ୍ୟାଳୟ ବନ୍ଦ

17

ଦିଲ୍ଲୀରେ ବାୟୁ ପ୍ରଦୂଷଣ ଦିନକୁ ଦିନ ବିଷାକ୍ତ ହେବାକୁ ଲାଗିଛି । ବାୟୁର ମାନ ଏତେ ଖରାପ ହୋଇପଡ଼ିଛି ଯେ ସାଧାରଣ ଜୀବନ ଯାପନ ଅସମ୍ଭବ ହୋଇପଡ଼ିଲାଣି। ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ଏହାକୁ ନଜରରେ ରଖି ଦିଲ୍ଲୀ ସରକାର ବଡ ପଦକ୍ଷେପ ନେଇଛନ୍ତି । ଦିଲ୍ଲୀରେ ସପ୍ତାହେ ଯାଏଁ ସ୍କୁଲ ବନ୍ଦ ଘୋଷଣା କରାଯାଇଛି । ସୋମବାରରୁ ସପ୍ତାହେ ଯାଏଁ ସ୍କୁଲ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ଟ୍ୱିଟ କରି ସୂଚନା ଦେଇଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ।ଏହା ପୂର୍ବରୁ ସୁପ୍ରିମକୋର୍ଟ ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କୁ ଯଥାଶୀଘ୍ର କୌଣସି ପଦକ୍ଷେପ ଗ୍ରହଣ କରିବାକୁ ନିର୍ଦେଶ ଦେଇଥିଲେ।

ଏହା ପରେ ପରେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ଆଜି ସନ୍ଧ୍ୟାରେ ଜରୁରୀକାଳୀନ ବୈଠକ ଡାକି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି। ବୈଠକରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟତୀତ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଡ଼ିଆ, ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟୋନ୍ଦ୍ର ଜୈନ, ପରିବେଶ ମନ୍ତ୍ରୀ ଗୋପାଳ ରାୟ, ମୁଖ୍ୟ ସଚିବ ବିଜୟ କୁମାର ଦେବଙ୍କ ବ୍ୟତୀତ ଅନ୍ୟ ଅଧିକାରୀମାନେ ସାମିଲ ହୋଇଥିଲେ। ବୈଠକରେ ସୁପ୍ରିମକୋର୍ଟଙ୍କ ଆଦେଶ ଉପରେ ଚର୍ଚ୍ଚା ହେବା ସହ ବାୟୁ ପ୍ରଦୂଷଣ ରୋକିବା ଦିଗରେ ପଦକ୍ଷେପ ପାଇଁ ବିଚାର ହୋଇଛି।

ବୈଠକରେ ନିଷ୍ପତ୍ତି ହେଇଛି ଯେ ଦିଲ୍ଲୀରେ ସୋମବାର ପାଖରୁ ୭ ଦିନ ସ୍କୁଲ ବନ୍ଦ ରହିବ। ଏହି ସମୟରେ ପିଲାମାନଙ୍କୁ ପ୍ରଦୂଷିତ ବାୟୁର ଦାଉରୁ ରକ୍ଷା କରିବାକୁ ଏହି ନିଷ୍ପତ୍ତି ହୋଇଛି। ଏହା ବ୍ୟତୀତ ଦିଲ୍ଲୀରେ ୧୪ରୁ ୧୭ ନଭେମ୍ବର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ବନ୍ଦ କରିବାକୁ ନିର୍ଦେଶ ଦେଇଛନ୍ତି କେଜ୍ରିଓ୍ବାଲ ସରକାର। ସେହଭିଳି ସରକାରୀ ଅଫିସ୍‌ର କର୍ମଚାରୀମାନେ ଗୋଟିଏ ସପ୍ତାହ ଓ୍ବାର୍କ ଫ୍ରମ୍‌ ହୋମ୍‌ କରିବେ।

ସବୁ ସରକାରୀ କାର୍ଯ୍ୟାଳୟ ସପ୍ତାହେ ବନ୍ଦ ରହିବ। ଏହା ପୂର୍ବରୁ ଦିଲ୍ଲୀରେ ଲକଡାଉନ୍‌ ଭଳି କଟକଣା ଲଗାଇବା ଉପରେ ବିଚାର କରିବାକୁ ସୁପ୍ରିମକୋର୍ଟ କହିଥିଲେ।

Leave A Reply

Your email address will not be published.