ଫେବୃଆରୀ ୨୦୨୨ ପରେ ପ୍ରଥମ ଥର ଖୋଲିଲା ୟୁକ୍ରେନ୍ ଆକାଶମାର୍ଗ

27

ନୂଆଦିଲ୍ଲୀ: ରୁଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଏକ ବଡ଼ କୂଟନୈତିକ ସଫଳତା ସାମ୍ନାକୁ ଆସିଛି। ଫେବୃଆରୀ ୨୦୨୨ରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ସମ୍ପୂର୍ଣ୍ଣ ବନ୍ଦ ରହିଥିବା ୟୁକ୍ରେନର ଆକାଶମାର୍ଗ ପ୍ରଥମ ଥର ପାଇଁ ସୀମିତ ସମୟ ପାଇଁ ଖୋଲାଯାଇଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସ୍ୱତନ୍ତ୍ର ଦୂତ ଷ୍ଟିଭ୍ ୱିଟକଫ୍ ଏବଂ ଜାରେଡ୍ କୁଶନର ମସ୍କୋରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିବା ପରେ ୟୁକ୍ରେନ୍ ରାଜଧାନୀ କିଭ୍ ଯାତ୍ରା କରିଛନ୍ତି। ଏହି ହାଇ-ପ୍ରୋଫାଇଲ ଗସ୍ତକୁ ସୁରକ୍ଷିତ କରିବା ପାଇଁ ଉଭୟ ଦେଶ ୭୨ ଘଣ୍ଟା ପାଇଁ ପରସ୍ପରର ରାଜଧାନୀ (ମସ୍କୋ ଏବଂ କିଭ୍) ଉପରେ ଆକ୍ରମଣ ବନ୍ଦ ରଖିବାକୁ ରାଜି ହୋଇଛନ୍ତି। ସୂଚନାଯୋଗ୍ୟ, ଫେବୃଆରୀ ୨୦୨୨ରେ ରୁଷର ଆକ୍ରମଣ ପରଠାରୁ ଦୁଇ ଦେଶ ମଧ୍ୟରେ ଭୟଙ୍କର ସଂଘର୍ଷ ଜାରି ରହିଛି। ଏହି ଯୁଦ୍ଧରେ ବହୁ ସଂଖ୍ୟକ ସୈନିକ ଓ ସାଧାରଣ ନାଗରିକ ପ୍ରାଣ ହରାଇଥିବା ବେଳେ ବ୍ୟାପକ କ୍ଷତି ହୋଇଛି। ଶାନ୍ତି ଆଲୋଚନା ପ୍ରକ୍ରିୟାକୁ ଆଗକୁ ନେବା ପାଇଁ ମସ୍କୋରୁ କିଭ୍ ପର୍ଯ୍ୟନ୍ତ ଏହି ବିମାନ ଯାତ୍ରାକୁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ମନେକରାଯାଉଛି।

Comments are closed, but trackbacks and pingbacks are open.