ନୂଆଦିଲ୍ଲୀ: ଜବାହରଲାଲ ନେହରୁ ବିଶ୍ୱବିଦ୍ୟାଳୟ (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ଉତ୍ପୀଡ଼ନ ଅଭିଯୋଗ ଆଣିଛନ୍ତି। ସେମାନେ ବିଶ୍ୱବିଦ୍ୟାଳୟର ଆଭ୍ୟନ୍ତରୀଣ ଅଭିଯୋଗ କମିଟି (ICC)ରେ ଏହି ଅଭିଯୋଗ କରିଥିବା ବେଳେ ଏହାର ତଦନ୍ତ ଆରମ୍ଭ କରାଯାଇଛି। ପ୍ରାୟ ମାସେ ତଳେ ଏହି ଛାତ୍ରୀମାନେ ଯୌନ ଉତ୍ପୀଡ଼ନର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ସେମାନେ ଅଭିଯୋଗ କରିଛନ୍ତି ଯେ ପ୍ରଫେସର ଜଣଙ୍କ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ତାଙ୍କ ବାସଭବନକୁ ସେମାନଙ୍କୁ ଡାକିଥିଲେ। ସେଠାରେ ସେ ସେମାନଙ୍କ ପ୍ରତି ଅନୁଚିତ ବ୍ୟବହାର କରିଥିଲେ। ଶ୍ରେଣୀ ଗୃହରେ ମଧ୍ୟ ପ୍ରଫେସର ଜଣଙ୍କ ସେମାନଙ୍କୁ ଅଶ୍ଲୀଳ ଇଙ୍ଗିତ କରନ୍ତି ବୋଲି ସେମାନେ ଅଭିଯୋଗ କରିଛନ୍ତି। ପ୍ରଫେସରଙ୍କ ନାଁରେ ଅଭିଯୋଗ ଦାଖଲ ହେବା ପରେ ଆହୁରି ଅନେକ ଛାତ୍ରୀ ସେମାନଙ୍କ ସମର୍ଥନରେ ବାହାରିଥିଲେ । ଆଇସିସି ଅଭିଯୋଗର ତଦନ୍ତ କରୁଥିବା ବେଳେ ଜେଏନୟୁ ପ୍ରଶାସନ ଓ କୁଳପତିଙ୍କ କାର୍ଯ୍ୟାଳୟ ପକ୍ଷରୁ କୌଣସି ବୟାନ ଜାରି କରାଯାଇନାହିଁ।
Comments are closed, but trackbacks and pingbacks are open.