ଅନ୍ତର୍ଜାତୀୟ ମହିଳା କ୍ରିକେଟରେ ସର୍ବାଧିକ ରନ କରି ରେକର୍ଡ କଲେ ସ୍ମୃତି ମନ୍ଧାନା

20

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମହିଳା କ୍ରିକେଟ ରେ ଇତିହାସ ରଚିଛନ୍ତି ଭାରତର ସ୍ମୃତି ମନ୍ଧାନା। ସେ ମିତାଲି ରାଜଙ୍କୁ ପଛରେ ପକାଇ ମହିଳା ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ ହାସଲକାରୀ ଖେଳାଳି ହୋଇଯାଇଛନ୍ତି। ପୂର୍ବରୁ ଅନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ ମିତାଲି ରାଜଙ୍କ ନାଁରେ ଥିଲା। ଏବେ ୩୦ ବର୍ଷୀୟ ସ୍ମୃତି ମନ୍ଧାନା ତାଙ୍କ ରେକର୍ଡ କୁ ଭାଙ୍ଗି ଦେଇଛନ୍ତି l ମହିଳା ଏସିଆ କପରେ ଗୁରୁବାର ରାତିରେ ଖେଳା ଯାଇଥିବା ହଂକଂ, ଚାଇନା ବିପକ୍ଷ ମ୍ୟାଚ୍‌ରେ ସ୍ମୃତି ମନ୍ଧାନା ଏହି ସଫଳତାର ଅଧିକାରୀ ହୋଇଛନ୍ତି। ଦୁବାଇ ଅନ୍ତର୍ଜାତୀୟ ଷ୍ଟାଡିୟମରେ ନିଜ ଅନ୍ତର୍ଜାତୀୟ କ୍ୟାରିୟରର ୩୦୩ତମ ଇନିଂସ ଖେଳିଥିଲେ ମନ୍ଧାନା। ଆଉ ଏହି ମ୍ୟାଚ୍‌ରେ ସେ ୧୨୪ ରନ କରି ମିତାଲି ରାଜଙ୍କ ୧୦,୮୬୮ ରନ କୁ ଅତିକ୍ରମ କରିଛନ୍ତି । ଏବେ ଅନ୍ତର୍ଜାତୀୟ କ୍ୟାରିୟରରେ ସ୍ମୃତିଙ୍କ ରନ ସଂଖ୍ୟା ୧୦,୮୮୦ରେ ପହଞ୍ଚି ଯାଇଛି। ସ୍ମୃତି ଓ ମିତାଲିଙ୍କ ପରେ ନ୍ୟୁଜିଲ୍ୟାଣ୍ଡର ସୁଜି ବେଟ୍ସ ୧୦୭୪୦ ରନ ସହ ତୃତୀୟ ସ୍ଥାନରେ ଅଛନ୍ତି। ୪ର୍ଥରେ ଇଂଲଣ୍ଡର ପୂର୍ବତନ କ୍ରିକେଟର ଚାର୍ଲୋଟ ଏଡୱାର୍ଡସ(୧୦୨୭୩) ଓ ୱେଷ୍ଟଇଣ୍ଡିଜର ଷ୍ଟାଫିନ ଟେଲର(୧୦୦୦୭) ରହିଛନ୍ତି। ମହିଳା ଏସିଆ କପରେ ସର୍ବାଧିକ ବ୍ୟକ୍ତିଗତ ସ୍କୋର କରିବାର ରେକର୍ଡ ମଧ୍ୟ ସେ ହାସଲ କରିଛନ୍ତି l

Comments are closed, but trackbacks and pingbacks are open.