ନୂଆଦିଲ୍ଲୀ: ମୁମ୍ବାଇସ୍ଥିତ ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ ବୋର୍ଡ (BCCI) ମୁଖ୍ୟାଳୟରେ ଆଜି ଏକ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର, ଟେଷ୍ଟ ଓ ଦିନିକିଆ ଅଧିନାୟକ ଶୁଭମନ ଗିଲ୍, ଟି-୨୦ ଅଧିନାୟକ ଶ୍ରେୟସ ଆୟର, ବିସିସିଆଇ ସଚିବ ଦେବଜିତ ସାଇକିଆ, ସଭାପତି ମିଥୁନ ମନହାସ ଏବଂ ସେଣ୍ଟର ଅଫ୍ ଏକ୍ସଲେନ୍ସ ମୁଖ୍ୟ ଭିଭିଏସ ଲକ୍ଷ୍ମଣ ଉପସ୍ଥିତ ଥିଲେ। ତେବେ ଏହି ସମୀକ୍ଷା ବୈଠକରେ ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକର ଅନୁପସ୍ଥିତ ରହିବା ଚର୍ଚ୍ଚାର ବିଷୟ ପାଲଟିଛି। ନିକଟରେ ଶେଷ ହୋଇଥିବା ୟୁକେ ଗସ୍ତରେ ଧଳା ବଲ୍ ସିରିଜ୍ରେ ଟିମ୍ ଇଣ୍ଡିଆର ନିରାଶାଜନକ ପ୍ରଦର୍ଶନକୁ ନେଇ ବୈଠକରେ ଗମ୍ଭୀର ଏବଂ ଅଧିନାୟକମାନଙ୍କୁ କୈଫିୟତ ମଗାଯାଇଥିଲା। ବିଶେଷ କରି ଆୟରଲ୍ୟାଣ୍ଡ ବିପକ୍ଷ ଟି-୨୦ ସିରିଜ୍ରେ ଶ୍ରେୟସ ଆୟରଙ୍କ ନେତୃତ୍ୱାଧୀନ ଦଳ ୦-୨ ରେ ଲଜ୍ଜାଜନକ ଭାବେ ପରାଜିତ ହେବା ଏବଂ ପରବର୍ତ୍ତୀ ଦିନିକିଆ ସିରିଜ୍ ହାତଛଡ଼ା କରିବା ନେଇ ବୋର୍ଡ କର୍ତ୍ତୃପକ୍ଷ ଗଭୀର ଅସନ୍ତୋଷ ପ୍ରକାଶ କରିଛନ୍ତି। ବୈଠକ ଶେଷରେ ପ୍ରଶିକ୍ଷକ ଗମ୍ଭୀର ଓ ଚୟନକର୍ତ୍ତା ଅଗରକରଙ୍କ ଭୂମିକାକୁ ନେଇ ସୃଷ୍ଟି ହୋଇଥିବା ବିବାଦ ଓ ଦ୍ୱନ୍ଦ୍ୱ ଉପରେ ପୂର୍ଣ୍ଣଚ୍ଛେଦ ପଡ଼ିଥିବା ଜଣାପଡ଼ିଛି।
Comments are closed, but trackbacks and pingbacks are open.