ବ୍ରହ୍ମପୁର MKCG ମେଡିକାଲ କଲେଜରୁ ପ୍ରଥମ ବର୍ଷ ଛାତ୍ର ନିଖୋଜ

19

ବ୍ରହ୍ମପୁର: ବ୍ରହ୍ମପୁର MKCG ମେଡିକାଲ କଲେଜରୁ ଜଣେ ପ୍ରଥମ ବର୍ଷ ଡାକ୍ତରୀ ଛାତ୍ର ନିଖୋଜ ହୋଇଯାଇଛନ୍ତି। ତାଙ୍କ ନାମ ସାଗର ସାହୁ। ତାଙ୍କର ବୟସ ୨୦ ବର୍ଷ। ତାଙ୍କ ଘର ଯାଜପୁର ଜିଲ୍ଲାରେ। ସେ ଦୁଇ ଦିନ ତଳୁ ଅର୍ଥାତ୍ ଅଗଷ୍ଟ ୩୧ ତାରିଖ ଠାରୁ ନିଖୋଜ ଅଛନ୍ତି । ତାଙ୍କୁ ଶେଷଥର ପାଇଁ ବ୍ରହ୍ମପୁର ରେଳ ଷ୍ଟେସନରେ ଦେଖାଯାଇଥିଲା। ସାଗରଙ୍କ ମୋବାଇଲ ଫୋନଟି ରେଳ ଷ୍ଟେସନ ନିକଟସ୍ଥ ରେଳଲାଇନରୁ ମିଳିଛି। ଏନେଇ ପୁଲିସରେ ଅଭିଯୋଗ କରାଯାଇଛି। MKCG ମେଡିକାଲ କଲେଜ ଛାତ୍ର ସଂଘ ପକ୍ଷରୁ ଏହି ଘଟଣାକୁ ନେଇ ଏକ ନୋଟିସ୍ ଜାରି କରାଯାଇଛି। ସାଗରଙ୍କ ସଂପର୍କରେ ସୂଚନା ସଂଗ୍ରହ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛି ସଂଘ। ବ୍ରହ୍ମପୁର ଏସ୍‌ପି ଶ୍ରବଣ ବିବେକ ଏମ୍ କହିଛନ୍ତି ଯେ ଏମ୍‌କେସିଜିରୁ ଜଣେ ଛାତ୍ର ନିଖୋଜ ହୋଇଥିବା ନେଇ ବୈଦ୍ୟନାଥପୁର ଥାନାରେ ଏତଲା ଦେଇଛନ୍ତି ଡିନ୍‌। ପୁଲିସ ଏକ ଟିମ୍ ଗଠନ କରି ନିଖୋଜ ଛାତ୍ରଙ୍କୁ ଖୋଜାଖୋଜି କରୁଛି। ସିସିଟିଭିଗୁଡ଼ିକୁ ଯାଞ୍ଚ କରାଯାଇଛି। ତାଙ୍କ ମୋବାଇଲ ଫୋନ୍ ଜବତ କରାଯାଇଛି। ସେ କେଉଁଠାକୁ ଯାଇଥାଇପାରନ୍ତି, ସେ ନେଇ ଯାଞ୍ଚ କରାଯାଉଛି। ତାଙ୍କର ସାଙ୍ଗସାଥୀମାନଙ୍କୁ ପଚରାପଚରି କରାଯାଇଛି।

Comments are closed, but trackbacks and pingbacks are open.