ନୂଆଦିଲ୍ଲୀ: ଓଡ଼ିଶା ହାଇକୋର୍ଟର ବରିଷ୍ଠ ବିଚାରପତି ଜଷ୍ଟିସ କୃଷ୍ଣରାମ ମହାପାତ୍ର ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ହେବାକୁ ଯାଉଛନ୍ତି। ଏଥିପାଇଁ ସୁପ୍ରିମକୋର୍ଟ କଲେଜିୟମ ତାଙ୍କ ନାମ ସୁପାରିଶ କରିଛନ୍ତି। ଆସନ୍ତା ସେପ୍ଟେମ୍ବର ୪ ତାରିଖରେ ସେ ଛତିଶଗଡ଼ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ଶପଥ ଗ୍ରହଣ କରିବାର ସମ୍ଭାବନା ରହିଛି। ଛତିଶଗଡ଼ ହାଇକୋର୍ଟର ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ସଞ୍ଜୟ କେ. ଅଗ୍ରୱାଲଙ୍କୁ ରାଜସ୍ଥାନ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ ବଦଳି କରିବାକୁ କଲେଜିୟମ ସୁପାରିଶ କରିଛନ୍ତି। ତାଙ୍କ ସ୍ଥାନରେ ଜଷ୍ଟିସ ମହାପାତ୍ରଙ୍କୁ ନିଯୁକ୍ତ କରିବା ପାଇଁ ଗତ ଅଗଷ୍ଟ ୬ ତାରିଖରେ ସୁପ୍ରିମକୋର୍ଟ କଲେଜିୟମ ଆନୁଷ୍ଠାନିକ ନିଷ୍ପତ୍ତି ଗ୍ରହଣ କରିଥିଲେ।
Comments are closed, but trackbacks and pingbacks are open.