ଭୁବନେଶ୍ୱର: ଚଳିତ ବର୍ଷ ରାଜ୍ୟରେ ସାର ଯୋଗାଣ ବ୍ୟବସ୍ଥା ସୁରୁଖୁରୁରେ ଚାଲିଛି। କୃଷକଙ୍କ ପାଇଁ ସାରର ଯେପରି କୌଣସି ଅଭାବ ନହୁଏ, ସେଥିପ୍ରତି ସରକାର କଡ଼ା ନଜର ରଖିଛନ୍ତି ବୋଲି ସମବାୟ ମନ୍ତ୍ରୀ ପ୍ରଦୀପ ବଳସାମନ୍ତ ସୂଚନା ଦେଇଛନ୍ତି। ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, ଏପର୍ଯ୍ୟନ୍ତ କୃଷି ବିଭାଗ ପକ୍ଷରୁ ମୋଟ ୨ ଲକ୍ଷ ୭୬ ହଜାର ୯୭୩ ଟନ୍ ସାର ଯୋଗାଇ ଦିଆଯାଇଛି। ସେହିପରି ସମବାୟ ବିଭାଗ ମାଧ୍ୟମରେ ପ୍ୟାକ୍ସ ଓ ଲ୍ୟାମ୍ପସ ଗୁଡ଼ିକୁ ୨ ଲକ୍ଷ ୪୮ ହଜାର ୬୭୬ ଟନ୍ ସାର ବଣ୍ଟନ ସରିଥିବା ବେଳେ ବର୍ତ୍ତମାନ ବିଭାଗ ନିକଟରେ ଆହୁରି ୨୮ ହଜାର ୨୯୭ ଟନ୍ ସାର ମହଜୁଦ ରହିଛି। ଆଗାମୀ ଦିନରେ କୃଷି ବିଭାଗ ପକ୍ଷରୁ ଆହୁରି ୩ ଲକ୍ଷ ୨୦ ହଜାର ଟନ୍ ସାର ଯୋଗାଇ ଦେବାର ବ୍ୟବସ୍ଥା କରାଯାଉଛି। ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ କୃଷି ବିଭାଗ ପକ୍ଷରୁ ସମବାୟ ବିଭାଗକୁ ୩୫ ପ୍ରତିଶତ ସାର ଦିଆଯାଉଥିବା ବେଳେ ଏବେ ସୋସାଇଟିଗୁଡ଼ିକ ମାଧ୍ୟମରେ ଚାଷୀଙ୍କ ପାଖରେ ସହଜରେ ସାର ପହଞ୍ଚାଇବା ପାଇଁ ଏହି କୋଟାକୁ ୬୦ ପ୍ରତିଶତକୁ ବୃଦ୍ଧି କରାଯାଇଛି।
Comments are closed, but trackbacks and pingbacks are open.