ପାରାଦୀପରୁ ବାହାରିଥିବା ଜାହାଜ ବଙ୍ଗୋପ ସାଗର ରେ ନିଖୋଜ

19

ପାରାଦୀପ: ପାରାଦୀପ ଉପକୂଳରୁ ପ୍ରାୟ ୨୪୦ ନଟିକାଲ୍ ମାଇଲ୍ ଦୂର ବଙ୍ଗୋପସାଗରରେ ୨୪ ଜଣ ନାବିକଙ୍କୁ ନେଇ ଯାଉଥିବା ‘MV Ocean Winner’ ନାମକ ପାନାମା-ଫ୍ଲାଗଡ୍ ମାଲବାହୀ ଜାହାଜ ସମୁଦ୍ର ମଧ୍ୟରେ ବୁଡ଼ିଯାଇଛି। ଶୁକ୍ରବାର ଓଡ଼ିଶାରୁ ଲୁହାପଥର ବୋଝେଇ କରି ସିଙ୍ଗାପୁର ଅଭିମୁଖେ ବାହାରିଥିବା ଏହି ଜାହାଜ ସହ ହଠାତ୍ ଯୋଗାଯୋଗ ବିଚ୍ଛିନ୍ନ ହୋଇଯିବା ପରେ ଏହା ବୁଡ଼ିଯାଇଥିବା ନିଶ୍ଚିତ ହୋଇଥିଲା। ଏହି ଜାହାଜରେ ୨୦ ଜଣ ଚୀନ୍, ୩ ଜଣ ମିଆଁମାର ଏବଂ ଜଣେ ବାଂଲାଦେଶୀ ନାଗରିକଙ୍କ ସମେତ ମୋଟ ୨୪ ଜଣ କ୍ରୁ ମେମ୍ବର ଥିଲେ। ସୂଚନା ପାଇବା କ୍ଷଣି ଭାରତୀୟ କୋଷ୍ଟଗାର୍ଡ (ICG) ଏବଂ ଭାରତୀୟ ନୌସେନା ପକ୍ଷରୁ ମିଳିତ ଭାବେ ବ୍ୟାପକ ସର୍ଚ୍ଚ ଆଣ୍ଡ ରେସ୍କ୍ୟୁ ଅପରେସନ୍ ଆରମ୍ଭ କରାଯାଇଛି। କୋଷ୍ଟଗାର୍ଡ ୨ ଜଣ ନାବିକଙ୍କୁ ଜୀବନ୍ତ ଉଦ୍ଧାର କରିସାରିଥିବା ବେଳେ ବାକି ୨୨ ଜଣ କ୍ରୁ ମେମ୍ବର ନିଖୋଜ ଅଛନ୍ତି। ନିଖୋଜ ନାବିକଙ୍କୁ ଖୋଜିବା ପାଇଁ କୋଷ୍ଟଗାର୍ଡ ଓ ନୌସେନାର ଜାହାଜ ଏବଂ ହେଲିକପ୍ଟର ନିୟୋଜିତ ହୋଇଥିବା ବେଳେ ଆଖପାଖ ଦେଇ ଗତି କରୁଥିବା ଅନ୍ୟ ବାଣିଜ୍ୟିକ ଜାହାଜଗୁଡ଼ିକୁ ମଧ୍ୟ ଉଦ୍ଧାର କାର୍ଯ୍ୟରେ ସହାୟତା ପାଇଁ ଆଲର୍ଟ କରାଯାଇଛି।କେଉଁ ପରିସ୍ଥିତିରେ ଏହି ଅଘଟଣ ଘଟିଲା ତାହାର କାରଣ ଅସ୍ପଷ୍ଟ ରହିଛି।

Comments are closed, but trackbacks and pingbacks are open.