ଛୋଟ ନିବେଶକଙ୍କୁ RBI ର ୨ ଟି ବଡ଼ ଉପହାର : ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

19

RBIର ୨ଟି ଯୋଜନାର ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । RBIର ରିଟେଲ ଡାଇରେକ୍ଟ ସ୍କିମ୍, ଏକକୃତ ଲୋକପାଳର ଶୁଭାରମ୍ଭ ହୋଇଛି । ଏହି ଦୁଇଟି ସ୍କିମ ଛୋଟ ନିବେଶକଙ୍କ ପାଇଁ ବଡ଼ ଉପହାର ବୋଲି କୁହାଯାଇଛି । ଡିଜିଟାଲ୍ ପ୍ଲାଟଫର୍ମରେ କିଣା ବିକା ପାଇଁ ଏହାଦ୍ୱାରା ସହଜ ହେବ । ଏହା ସହିତ ସରକାରୀ ସିକ୍ୟୁରିଟି କିଣିବା ଓ ବିକିବା ପାଇଁ ମଧ୍ୟ ଏହା ସରଳ ହେବ। ଏହାଦ୍ୱାରା ନିବେଶକ ଲାଭ ସହ ଦେଶର ଅର୍ଥନୀତିରେ ବିକାଶରେ ଯୋଗଦାନ କରିବେ ।
ନିବେଶକ ମାନେ ପୋର୍ଟାଲରେ ନିଜ ଅଭିଯୋଗ କରିପାରିବେ । ୮ଟି ଆଞ୍ଚଳିକ ଭାଷାରେ ଅଭିଯୋଗ ପାଇଁ ବିକଳ୍ପ ରହିବ । ନିବେଶର ପରିସୀମା ବଢ଼ିବ, ସହଜ ଓ ସୁରକ୍ଷିତ ହେବ । ପୂର୍ବରୁ ଦେଶର ବ୍ୟାଙ୍କିଂ ସିଷ୍ଟମ ସହ ଖେଳ ଖେଳାଯାଉଥିଲା । କିନ୍ତୁ ଏବେ ଘରେ ବସି ସୁରକ୍ଷିତ ନିବେଶର ସୁଯୋଗ ପାଇବେ ସମସ୍ତେ ।
ସପଟେ ଦେଶରେ ଅନଲାଇନ କାରାବାରରେ ୧୯ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଏହି ଅବସରରେ RBI ର ପୂରା ଟିମକୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ । କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, RBI ଗଭର୍ଣ୍ଣର ଓ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.