ପୀଡ଼ିତ ଆନ୍ଦୋଳନକାରୀଙ୍କ ପାଇଁ ନ୍ୟାୟ ଦାବି କଲେ ରାହୁଲ: ସଂସଦ ମାର୍ଗ ଥାନା ବାହାରେ ଧାରଣା

38

ନୂଆଦିଲ୍ଲୀ: ସଂସଦ ମାର୍ଗ ପୋଲିସ ଷ୍ଟେସନ ବାହାରେ ଧାରଣାରେ ବସିଛନ୍ତି ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ। ନିଟ୍  ପ୍ରଶ୍ନପତ୍ର ଲିକ୍ ବିରୋଧରେ ଗତ ଜୁଲାଇ ୨୦ ତାରିଖରେ ଅନୁଷ୍ଠିତ ଆନ୍ଦୋଳନ ସମୟରେ ପୋଲିସ ପେଲେଟ୍ ମାଡ଼ କରିଥିଲା। ଏଥିରେ ଆହତ ହୋଇଥିବା ପୀଡ଼ିତଙ୍କ ପାଇଁ ମାମଲା ରୁଜୁ କରିବାକୁ ସେ ଦାବି କରିଛନ୍ତି। ପୋଲିସ ମାଡ଼ରେ ଆହତ ଯୁବକ ସାହିଲ ଲୋଚାବଙ୍କୁ ନେଇ ରାହୁଲ ପ୍ରଥମେ ମନ୍ଦିର ମାର୍ଗ ପୋଲିସ ଷ୍ଟେସନ ଯାଇ ଏଫ୍‌ଆଇଆର୍  ରୁଜୁ ପାଇଁ ଅନୁରୋଧ କରିଥିଲେ। ସେଠାରେ ମାମଲା ରୁଜୁ ନ ହେବାରୁ ସେ ସଂସଦ ମାର୍ଗ ପୋଲିସ ଷ୍ଟେସନ ଯାଇ ଡିସିପିଙ୍କୁ ଭେଟିଥିଲେ। ତେବେ ଡିସିପିଙ୍କ ସହ ଆଲୋଚନା ବିଫଳ ହେବା ପରେ ବିରୋଧୀ ଦଳ ନେତା ପୋଲିସ ଷ୍ଟେସନ ବାହାରେ ଧାରଣା ଦେଇଥିଲେ। ପେଲେଟ୍ ମାଡ଼ ଯୋଗୁଁ ଲୋଚାବଙ୍କ ଆଖି ଏବଂ ପେଟରେ ଗୁରୁତର ଆଘାତ ଲାଗିଥିଲା। ପରେ ଏମ୍ସ ଟ୍ରମା ସେଣ୍ଟରରେ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା ରିପୋର୍ଟ ଅନୁଯାୟୀ, ଲୋଚାବ ଗତ ଅଗଷ୍ଟ ୧୪ରେ ଓକିଲଙ୍କ ସହ ଯାଇ ଦିଲ୍ଲୀ ପୋଲିସ ନିକଟରେ ଲିଖିତ ଅଭିଯୋଗ ଦାଖଲ କରିଥିଲେ। ମାତ୍ର ପୋଲିସ ତାଙ୍କୁ କୌଣସି ଆଇ/ଓ ନମ୍ବର ପ୍ରଦାନ କରିନଥିବା ଅଭିଯୋଗ ହୋଇଛି।

Comments are closed, but trackbacks and pingbacks are open.