ଭୁବନେଶ୍ବର: ଭିଜିଲାନ୍ସ ଜାଲରେ ଧରାପଡ଼ିଲେ ସୁନ୍ଦରଗଡ଼ ଜିଲ୍ଲା ଲାଠିକଟା ତହସିଲଦାର-କମ୍-ସବ୍ରେଜିଷ୍ଟ୍ରାର ମୁରଲୀଧର ଉର୍ମଳ। ୫ ଲକ୍ଷ ଟଙ୍କା ନେଇ ଆସୁଥିବା ବେଳେ ଭିଜିଲାନ୍ସ ଟିମ୍ ତାଙ୍କୁ ଧରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ, ଲାଠିକଟା ତହସିଲ ଅଫିସ୍ରୁ ରାଉରକେଲା ଆସୁଥିବା ବାଟରେ ତହସିଲଦାରଙ୍କୁ ଭିଜିଲାନ୍ସ ଟିମ୍ ଅଟକାଇଥିଲା। ତାଙ୍କ କାର୍ରୁ ୫ ଲକ୍ଷ ଟଙ୍କା ଜବତ କରାଯାଇଛି। ଏହାପରେ ଭିଜିଲାନ୍ସ ଅଧିକାରୀମାନେ ଟଙ୍କାର ଉତ୍ସ ଓ ଏହା ସମ୍ପର୍କିତ ଅନ୍ୟାନ୍ୟ ତଥ୍ୟ ନେଇ ଛାନ୍ଭିନ୍ ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ, ତହସିଲଦାର ମୁରଲୀଧର ଉର୍ମଳଙ୍କ ବିରୋଧରେ ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗକୁ ନେଇ ଭିଜିଲାନ୍ସ ପକ୍ଷରୁ ଏକାସାଙ୍ଗରେ ୩ଟି ସ୍ଥାନରେ ଚଢ଼ାଉ କରାଯାଇଛି। ତାଙ୍କ ସହ ସମ୍ପର୍କିତ ବିଭିନ୍ନ ସ୍ଥାନରେ ଯାଞ୍ଚ ଚାଲିଥିବା ବେଳେ ସମ୍ପତ୍ତି ଓ ଆର୍ଥିକ କାରବାରର ତଥ୍ୟ ଯାଞ୍ଚ କରୁଛି ଭିଜିଲାନ୍ସ। ଘଟଣାକୁ ନେଇ ଭିଜିଲାନ୍ସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି। ଚଢ଼ାଉ ଓ ତଦନ୍ତ ଶେଷ ହେବା ପରେ ଜବତ ଟଙ୍କା ଏବଂ ଆୟ ବହିର୍ଭୂତ ସମ୍ପତ୍ତି ସମ୍ପର୍କରେ ଅଧିକ ସୂଚନା ସାମ୍ନାକୁ ଆସିପାରେ।
Comments are closed, but trackbacks and pingbacks are open.