MMDR ସଂଶୋଧିତ ବିଲ୍‌କୁ ନେଇ କେନ୍ଦ୍ର ସରକାରଙ୍କୁ ସମାଲୋଚନା କଲେ ନବୀନ ପଟ୍ଟନାୟକ

20

ଭୁବନେଶ୍ୱର:MMDR ସଂଶୋଧିତ ବିଲ୍‌କୁ ନେଇ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କେନ୍ଦ୍ର ସରକାରଙ୍କୁ ସମାଲୋଚନା କରିଛନ୍ତି। ଏହି ବିଲ୍‌ ଓଡ଼ିଶା ଓ ଓଡ଼ିଶାବାସୀଙ୍କ ପାଇଁ କ୍ଷତିକାରକ ବୋଲି କହିବା ସହ ବିନା ଆଲୋଚନାରେ ସଂସଦରେ ବିଲ୍‌ ପାରିତ କରାଯାଇଥିବା ନେଇ ନବୀନ ପ୍ରଶ୍ନ ଉଠାଇଛନ୍ତି। ନବୀନ କହିଛନ୍ତି, ଓଡ଼ିଶା ଓ ଓଡ଼ିଶାବାସୀଙ୍କ ସ୍ୱାର୍ଥ ଆଗରେ କୌଣସି ଦଳ ବଡ଼ ନୁହେଁ। ପାର୍ଟି ନୁହେଁ, ମାଟିର ସ୍ୱାର୍ଥ ପାଇଁ ସମସ୍ତେ ଏକାଠି ହେବାର ସମୟ ଆସିଛି। ଏଥିସହ ସେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମଧ୍ୟ ନିବେଦନ କରିଛନ୍ତି।ଓଡ଼ିଶାରେ କ୍ରୋମାଇଟ୍‌, ବକ୍ସାଇଟ୍‌, ଲୁହାପଥର, କୋଇଲା ଓ ମାଙ୍ଗାନିଜ୍‌ ଭଳି ବିପୁଳ ଖଣିଜ ସମ୍ପଦ ରହିଛି। ଏହି ସମ୍ପଦ ଉପରେ ରାଜ୍ୟର ଅଧିକାର ଓ ଟିକସ ଆଦାୟ କ୍ଷମତା କାହିଁକି କମିବ ବୋଲି ନବୀନ ପ୍ରଶ୍ନ କରିଛନ୍ତି। ତାଙ୍କ କହିବାନୁସାରେ, ଓଡ଼ିଶାର ଲୋକେ ଧୂଳି ଓ ଧୂଆଁ ସହିବେ, କିନ୍ତୁ ରାଜ୍ୟର ଖଣିଜ ସମ୍ପଦରୁ ଅନ୍ୟମାନେ ଲାଭବାନ ହେବେ—ଏହାକୁ ଓଡ଼ିଶା କେବେ ଗ୍ରହଣ କରିବ ନାହିଁ।
ବିଲ୍‌କୁ ନେଇ ରାଜ୍ୟର ଟିକସ ଆୟ ହ୍ରାସ ପାଇବ ଏବଂ ପ୍ରତିବର୍ଷ ହଜାର ହଜାର କୋଟି ଟଙ୍କାର କ୍ଷତି ହେବ ବୋଲି ନବୀନ ଦାବି କରିଛନ୍ତି। ଏହି ଅର୍ଥରେ ସ୍କୁଲ, କଲେଜ, ହସ୍ପିଟାଲ, ଚାଷୀଙ୍କ ପାଇଁ ଯୋଜନା ଓ ବିଭିନ୍ନ କଲ୍ୟାଣମୂଳକ କାମ କରାଯାଇପାରିଥାନ୍ତା ବୋଲି ସେ କହିଛନ୍ତି।ନବୀନ ଏହା ମଧ୍ୟ କହିଛନ୍ତି, “MMDR ସଂଶୋଧନ ବିଲ ଆମ ଖଣି ଉପରେ ଆମ ଅଧିକାର ଶେଷ କରି ଦେଇଛି ।

Comments are closed, but trackbacks and pingbacks are open.