‘ଆମସାଥୀ’ ହ୍ବାଟ୍ସଆପ୍ ଚାଟ୍ ବଟ୍‌ର ଶୁଭାରମ୍ଭ କଲେ ସୁରେଶ ପୂଜାରୀ ମିଳିବ ରାଜସ୍ୱ ବିଭାଗର ସେବା

23

ଭୁବନେଶ୍ୱର:ରାଜସ୍ୱ ବିଭାଗ ପକ୍ଷରୁ ‘ଅମସାଥି ଚାଟ୍‌ବଟ୍‌ ଆପ୍‌’ର ଶୁଭାରମ୍ଭ କରାଯାଇଛି। ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ମନ୍ତ୍ରୀ ସୁରେଶ ପୂଜାରୀ ଏହାର ଶୁଭାରମ୍ଭ କରିଛନ୍ତି।ପ୍ରଥମ ପର୍ଯ୍ୟାୟରେ ‘ଅମସାଥି ଚାଟ୍‌ବଟ୍‌’ ମାଧ୍ୟମରେ ରାଜସ୍ୱ ବିଭାଗର ୧୬ଟି ସେବା ଉପଲବ୍ଧ ହେବ। ପରବର୍ତ୍ତୀ ସମୟରେ ଆଉ ୨ଟି ସେବାକୁ ଏଥିରେ ସାମିଲ କରାଯିବ। ପୂର୍ବରୁ ୧୧ଟି ସେବା ଉପଲବ୍ଧ ଥିବାବେଳେ ଏବେ ଏହାକୁ ଆହୁରି ବ୍ୟାପକ କରାଯାଇଛି।

ଚାଟ୍‌ବଟ୍‌ ମାଧ୍ୟମରେ ନାଗରିକମାନେ ମ୍ୟୁଟେସନ୍‌, କିସମ ପରିବର୍ତ୍ତନ, ବିବାହ ପଞ୍ଜିକରଣ, ସୋସାଇଟି ରେଜିଷ୍ଟ୍ରେସନ୍‌, ଜାତି ପ୍ରମାଣପତ୍ର, ଆୟ ପ୍ରମାଣପତ୍ର ଓ ବାସସ୍ଥାନ ପ୍ରମାଣପତ୍ର ଭଳି ସେବା ପାଇପାରିବେ। ଏଥିସହ ଭୂଲେଖରେ ପଟ୍ଟା ସମ୍ପର୍କିତ ତଥ୍ୟ ମଧ୍ୟ ଜାଣିହେବ।ଏହି ବ୍ୟବସ୍ଥାର ସବୁଠାରୁ ବଡ଼ ସୁବିଧା ହେଉଛି, ଆବେଦନ କରିବା ପରେ ତାହାର ସ୍ଥିତି ବା ଷ୍ଟାଟସ୍‌ ମଧ୍ୟ ଚାଟ୍‌ବଟ୍‌ ଜରିଆରେ ଜାଣିହେବ। ଫଳରେ ଫାଇଲ୍‌ କେଉଁଠି ଅଛି କିମ୍ବା ଆବେଦନର କ’ଣ ସ୍ଥିତି ରହିଛି, ସେନେଇ ଜାଣିବାକୁ ବାରମ୍ବାର ଅଫିସ୍‌ ଯିବାକୁ ପଡ଼ିବ ନାହିଁ। ମନ୍ତ୍ରୀଙ୍କ ସୂଚନା ଅନୁସାରେ, ଏହି ବ୍ୟବସ୍ଥା ମାଧ୍ୟମରେ ଏପର୍ଯ୍ୟନ୍ତ କଲମ୍‌ ଟୁ କରେକ୍ସନ୍‌ ସମ୍ପର୍କିତ ପ୍ରାୟ ୧ କୋଟି ମାମଲା ପ୍ରକ୍ରିୟାକରଣ ହୋଇଛି।ରାଜସ୍ୱ ସେବା ସମ୍ପର୍କିତ ଅଭିଯୋଗ ପାଇଁ ୯୪୩୭୨୯୨୦୦୦ ନମ୍ବରରେ ମଧ୍ୟ ଯୋଗାଯୋଗ କରିହେବ।

Comments are closed, but trackbacks and pingbacks are open.