ଭୁବନେଶ୍ୱର: ୮୦ତମ ସ୍ୱାଧୀନତା ଦିବସର ଅବ୍ୟବହିତ ପୂର୍ବରୁ ଶୁକ୍ରବାର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ଓଡ଼ିଶା ସମେତ ଦେଶର ଅନ୍ୟାନ୍ୟ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳ ଏବଂ ବିଭିନ୍ନ କେନ୍ଦ୍ରୀୟ ଫୋର୍ସ ଲାଗି ପୋଲିସ ପଦକ ଘୋଷଣା କରାଯାଇଛି। ବିଭିନ୍ନ କ୍ଷେତ୍ରରେ ସାହସିକତା, ଉଲ୍ଲେଖନୀୟ ଓ ପ୍ରଶଂସନୀୟ ସେବା ପାଇଁ ଓଡ଼ିଶା ପୋଲିସ ବିଭାଗର ୧୭ ଜଣଙ୍କୁ ପୋଲିସ ପଦକ ପ୍ରଦାନ କରାଯିବ। ସେହିପରି ଅଗ୍ନିଶମ, ହୋମ୍ଗାର୍ଡ, ବେସାମରିକ ପ୍ରତିରକ୍ଷା ଏବଂ କାରାଗାର ସଂସ୍କାର ସେବା ବର୍ଗରେ ମଧ୍ୟ ପଦକ ତାଲିକା ଘୋଷଣା କରାଯାଇଛି। ଓଡ଼ିଶା ପୋଲିସ ସେବାର ୧୭ ଜଣଙ୍କ ମଧ୍ୟରୁ ୫ ଜଣଙ୍କୁ ସାହସିକତା ପାଇଁ ‘ପୋଲିସ ପଦକ’, ଉଲ୍ଲେଖନୀୟ ସେବା ପାଇଁ ୨ ଜଣଙ୍କୁ ‘ରାଷ୍ଟ୍ରପତି ପୋଲିସ ପଦକ’ ଏବଂ ପ୍ରଶଂସନୀୟ ସେବା କାର୍ଯ୍ୟ ପାଇଁ ୧୦ ଜଣଙ୍କୁ ‘ପୋଲିସ ପଦକ’ରେ ସମ୍ମାନିତ କରାଯିବ। ସାହସିକତା ପାଇଁ ପୋଲିସ ପଦକ ପାଇବାକୁ ମନୋନୀତ ୫ ଜଣ ହେଲେ- ସବ୍-ଇନ୍ସପେକ୍ଟର ମନ୍ମଥ କୁମାର ମହାପାତ୍ର, ହାବିଲଦାର ନିରାକାର ଭୁଏ, କମାଣ୍ଡୋ ସନ୍ତୋଷ ଗୁରୁଙ୍ଗ, ସୁମନ ପୁନ ଓ ସୁରେଶ ଚନ୍ଦ୍ର ପୁତା।
Comments are closed, but trackbacks and pingbacks are open.