ମୁମ୍ବାଇ: ମହାରାଷ୍ଟ୍ରର ନାନ୍ଦେଡ଼ସ୍ଥିତ ଗୁରୁଦ୍ୱାରା ମାତା ସାହିବ କୌରଠାରେ ଶିରୋମଣି ଅକାଳୀ ଦଳର ରାଷ୍ଟ୍ରୀୟ ଅଧ୍ୟକ୍ଷ ସୁଖବୀର ସିଂହ ବାଦଲଙ୍କୁ ଆକ୍ରମଣ କରାଯାଇଛି। ସେ ନିଜ ପରିବାର ସହ ସେଠାକୁ ଦର୍ଶନ/ପୂଜାର୍ଚ୍ଚନା ପାଇଁ ଯାଇଥିବା ବେଳେ ଜଣେ ନିହଙ୍ଗ ସିଖ୍ ତାଙ୍କୁ କୃପାଣରେ ଆକ୍ରମଣ କରିଥିଲେ। ଏହି ଆକ୍ରମଣରେ ବାଦଲ ଓ ତାଙ୍କ ସୁରକ୍ଷାକର୍ମୀ ପ୍ରଭାବିତ ହୋଇଛନ୍ତି। ପ୍ରାପ୍ତ ସୂଚନା ଅନୁଯାୟୀ, ବଚସା ପରେ ନିହଙ୍ଗଜଣକ କୃପାଣ ଚଳାଇବାରୁ ସୁଖବୀରଙ୍କ ହାତରେ ଆଘାତ ଲାଗିଛି।
Comments are closed, but trackbacks and pingbacks are open.