ଚିଲିକା ନାବାଳାକ ହତ୍ୟାକାଣ୍ଡ ଘଟଣା: ୧୮ ଗିରଫ

34

ଭୁବନେଶ୍ବର: କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରେ ଗତ ୧୧ ତାରିଖରେ ଘଟିଥିବା ନାବାଳକ ହତ୍ୟା ଘଟଣାରେ ପୁରୀ ପୁଲିସକୁ ବଡ଼ ସଫଳତା ମିଳିଛି। ମୁଖ୍ୟ ଅଭିଯୁକ୍ତ ଗଣେଶ ଦାସଙ୍କ ସମେତ ମୋଟ ୧୮ ଜଣ ଅଭିଯୁକ୍ତଙ୍କୁ କୃଷ୍ଣପ୍ରସାଦ ଥାନା ପୁଲିସ ଗିରଫ କରିଛି। ଗିରଫ ସମସ୍ତ ଅଭିଯୁକ୍ତ ଖୋର୍ଦ୍ଧା ଜିଲ୍ଲା ବାଲୁଗାଁ ଥାନା ଅନ୍ତର୍ଗତ ଚନ୍ଦ୍ରପୁଟ ଗ୍ରାମର ବୋଲି ଜଣାପଡ଼ିଛି। ଅଭିଯୁକ୍ତଙ୍କଠାରୁ ୩ଟି ଡଙ୍ଗା (ବୋଟ୍) ଓ ହତ୍ୟାକାଣ୍ଡରେ ବ୍ୟବହୃତ କାଠଫାଳିଆକୁ ପୁଲିସ ଜବତ କରିଛି। ସୂଚନାଯୋଗ୍ୟ, ଗତ ୧୧ ତାରିଖରେ କୃଷ୍ଣପ୍ରସାଦ ଅଞ୍ଚଳ ଚିଲିକା ହ୍ରଦରୁ ଚିଙ୍ଗୁଡ଼ି ଓ ମାଛ ଚୋରି କରୁଥିବା ବେଳେ ଅଭିଯୁକ୍ତମାନେ ସ୍ଥାନୀୟ ଲୋକଙ୍କ ବିରୋଧର ଶିକାର ହୋଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ ବଚସା ଓ ହାତାହାତି ହୋଇଥିଲା। ଏହି ଆକ୍ରମଣରେ ଦୁଇଜଣ ଗୁରୁତର ଆହତ ହୋଇଥିବା ବେଳେ ଜଣେ ନାବାଳକର ମୃତ୍ୟୁ ଘଟିଥିଲା। ଘଟଣା ପରେ କୃଷ୍ଣପ୍ରସାଦ ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪୮ ଘଣ୍ଟା ମଧ୍ୟରେ ସମସ୍ତ ୧୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

Comments are closed, but trackbacks and pingbacks are open.