ଶେଷ ହେଲା ସଂସଦର ମୌସୁମୀ ଅଧିବେଶନ

29

ନୂଆଦିଲ୍ଲୀ: ସଂସଦର ଉଭୟ ସଦନ ରାଜ୍ୟସଭା ଓ ଲୋକସଭାକୁ ଆଜି ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖାଯାଇଛି। ଏହା ସହିତ ସଂସଦର ମୌସୁମୀ ଅଧିବେଶନ ଆଜି ସମାପ୍ତ ହୋଇଯାଇଛି। ପୂରା ଅଧିବେଶନ ବିରୋଧୀଙ୍କ ହଙ୍ଗାମା ଓ ହଟ୍ଟଗୋଳ ମଧ୍ୟରେ ଶେଷ ହୋଇଥିଲେ ହେଁ ଅନେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାରିତ ହୋଇଛି। ଆଜି ସଂସଦ ମୌସୁମୀ ଅଧିବେଶନର ଶେଷ ଦିନ ଥିଲା। ଏହି ଅଧିବେଶନରେ ମୋଟ ୧୯ଟି ବୈଠକ ଅନୁଷ୍ଠିତ ହୋଇଥିଲା। ସମ୍ପୂର୍ଣ୍ଣ ଅଧିବେଶନ କାଳରେ ସରକାର ଓ ବିରୋଧୀ ଦଳ ମଧ୍ୟରେ ରାମ ମନ୍ଦିର ଦାନ ଅନୁଦାନ ବିବାଦ ଏବଂ ଜନ୍ତରମନ୍ତରରେ ଛାତ୍ର ଆନ୍ଦୋଳନ ସମୟରେ ପୁଲିସର କାର୍ଯ୍ୟାନୁଷ୍ଠାନକୁ ନେଇ ମୁହାଁମୁହିଁ ପରିସ୍ଥିତି ଜାରି ରହିଥିଲା, ଯେଉଁଥିପାଇଁ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିପାରି ନଥିଲା। ତଥାପି ଏହି ହଙ୍ଗାମା ମଧ୍ୟରେ କେତେକ ଗୁରୁତ୍ୱପୂର୍ଣ୍ଣ ବିଲ୍ ପାସ୍ ହୋଇପାରିଛି। ଶେଷରେ ଗୁରୁବାର ଦିନ ସଂସଦର ଉଭୟ ସଦନକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ଘୋଷଣା କରାଯାଇଛି।

Comments are closed, but trackbacks and pingbacks are open.