ଭୁବନେଶ୍ବର: ଓଡ଼ିଶା ହକି ଦଳ ଏକ ବଡ଼ ସଫଳତା ହାସଲ କରିଛି। ୧୬ତମ ହକି ଇଣ୍ଡିଆ ଜୁନିୟର ପୁରୁଷ ଜାତୀୟ ଚାମ୍ପିଅନ୍ସିପ୍ ୨୦୨୬ (ଡିଭିଜନ୍ ‘ଏ’) ଟାଇଟଲ୍ ହାତେଇଛି ଓଡ଼ିଶା। ତାମିଲନାଡୁର କୋଏମ୍ବାଟୁରଠାରେ ଖେଳାଯାଇଥିବା ଏକ ରୋମାଞ୍ଚକର ଫାଇନାଲ୍ ମ୍ୟାଚ୍ରେ ମଧ୍ୟପ୍ରଦେଶକୁ ୨-୧ ଗୋଲ୍ରେ ହରାଇ ଓଡ଼ିଶା ଏହି ଚାମ୍ପିଅନ୍ସିପ୍ ଟ୍ରଫି ହାସଲ କରିଛି। ଫାଇନାଲ୍ ମ୍ୟାଚ୍ରେ ଓଡ଼ିଶା ଆରମ୍ଭରୁ ହିଁ ଆକ୍ରମଣାତ୍ମକ ଆଭିମୁଖ୍ୟ ଗ୍ରହଣ କରିଥିଲା। ଦଳକୁ ଏହାର ଫାଇଦା ଦ୍ୱିତୀୟ ମିନିଟ୍ରେ ହିଁ ମିଳିଥିଲା, ଯେତେବେଳେ ମନଦୀପ କେରକେଟା ଗୋଲ୍ କରି ଓଡ଼ିଶାକୁ ୧-୦ ରେ ଆଗୁଆ କରିଦେଇଥିଲେ। ପ୍ରାରମ୍ଭିକ ଅଗ୍ରଗତି ପରେ ମଧ୍ୟପ୍ରଦେଶ ଉପରେ ଚାପ ବୃଦ୍ଧି ପାଇଥିଲା। ମଧ୍ୟପ୍ରଦେଶ ପ୍ରତ୍ୟାବର୍ତ୍ତନ ପାଇଁ କ୍ରମାଗତ ଭାବେ ଚେଷ୍ଟା କରି ଅନେକ ସୁଯୋଗ ସୃଷ୍ଟି କରିଥିଲେ ବି ଓଡ଼ିଶାର ରକ୍ଷଣଭାଗ ଖେଳାଳିମାନେ ତାହାକୁ ଦୃଢ଼ତାର ସହ ପ୍ରତିହତ କରିଥିଲେ। ଦୁଇ ଦଳ ମଧ୍ୟରେ ମିଡ୍ଫିଲ୍ଡରେ ବଲ୍ ନିୟନ୍ତ୍ରଣ ଓ ସୁଯୋଗ ସୃଷ୍ଟି ପାଇଁ କଡ଼ା ସଂଘର୍ଷ ଦେଖିବାକୁ ମିଳିଥିଲା।
Comments are closed, but trackbacks and pingbacks are open.