ବୀର ସହିଦ ଚନ୍ଦନ ପଟ୍ଟନାୟକଙ୍କ ପରିବାର ପାଇଁ ୧.୨୦ କୋଟି ଆର୍ଥିକ ସହାୟତା ଘୋଷଣା

12

ଭୁବନେଶ୍ୱର: ତାଳଚେରର ବୀର ଅଗ୍ନିଶମ କର୍ମଚାରୀ ସ୍ୱର୍ଗତ ଚନ୍ଦନ ପଟ୍ଟନାୟକଙ୍କୁ ରାଜ୍ୟ ସରକାର ପକ୍ଷରୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଦିଆଯାଇଛି। ତାଙ୍କ ବଳିଦାନକୁ ସମ୍ମାନ ଜଣାଇ ସରକାର ତାଙ୍କ ପରିବାରକୁ ୧ କୋଟି ୨୦ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ କରିବା ସହ ପରିବାରର ଜଣେ ସଦସ୍ୟଙ୍କୁ ସରକାରୀ ଚାକିରିର ନିଯୁକ୍ତିପତ୍ର ମଧ୍ୟ ପ୍ରଦାନ କରିଛନ୍ତି । ସୂଚନା ଥାଉ ଯେ, ବନ୍ୟା ସମୟରେ କେନ୍ଦୁଝର ଜିଲ୍ଲାରେ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଥିବା ବେଳେ ଚନ୍ଦନଙ୍କ ମୃତ୍ୟୁ ଘଟିଥିଲା। ଏକ ସରକାରୀ କୋଠାରୁ ବନ୍ୟା ଜଳ ନିଷ୍କାସନ କରୁଥିବା ସମୟରେ ବିଦ୍ୟୁତ୍ ଆଘାତରେ ସେ ପ୍ରାଣ ହରାଇଥିଲେ। ମାତ୍ର ୨୬ ବର୍ଷ ବୟସରେ ଦେଶ ଓ ସମାଜ ସେବା କରୁଥିବା ଏହି ଯୁବ ଅଗ୍ନିଶମ କର୍ମଚାରୀଙ୍କ ଅକାଳ ବିୟୋଗ ସମସ୍ତଙ୍କୁ ଆଘାତ ଦେଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି ଯେ, ରାଜ୍ୟର ୨୨ଟି ଜିଲ୍ଲା ବନ୍ୟାରେ ପ୍ରଭାବିତ ହୋଇଥିବା ବେଳେ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଜୀବନକୁ ବାଜି ଲଗାଇ ଉଦ୍ଧାର କାର୍ଯ୍ୟ କରିଥିଲେ।

Comments are closed, but trackbacks and pingbacks are open.