ପୁଲିସ କବ୍‌ଜାରୁ କଏଦୀ ଫେରାର୍‌ ଘଟଣା: ଏଏସ୍‌ଆଇ ତିଳୋତ୍ତମା ପୃଷ୍ଟି ନିଲମ୍ବିତ

14

ଭୁବନେଶ୍ୱର: ମହିଳା ଥାନା ପୁଲିସ କବ୍‌ଜାରୁ ଦୁଷ୍କର୍ମ ଅଭିଯୁକ୍ତ ଚମ୍ପଟ ମାରିବା ଘଟଣାରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ଅଭିଯୋଗରେ ମହିଳା ଏଏସ୍‌ଆଇ ତିଳୋତ୍ତମା ପୃଷ୍ଟିଙ୍କୁ ଭୁବନେଶ୍ୱର ଡିସିପି ଜଗମୋହନ ମୀନା ନିଲମ୍ବିତ କରିଛନ୍ତି। ସୂଚନା ଅନୁସାରେ, ଗତ ଜୁଲାଇ ୩୧ ତାରିଖରେ ଏକ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ରୁଦ୍ର ପ୍ରସାଦ ସୁତାରକୁ ଗିରଫ କରିବା ପାଇଁ ମହିଳା ଥାନାର ଏକ ଟିମ୍ ଭଦ୍ରକ ଯାଇଥିଲା। ଭଦ୍ରକରୁ ଅଭିଯୁକ୍ତକୁ ଧରି ଭୁବନେଶ୍ୱର ଆଣିବା ପରେ, କୋର୍ଟ ଚାଲାଣ କରିବା ପୂର୍ବରୁ ସେ ଜଳଖିଆ ଖାଇବା ବାହାନା କରି ପୁଲିସ ଆଖିରେ ଧୂଳି ଦେଇ ଫେରାର୍ ହୋଇଯାଇଥିଲା। ଏହି ଘଟଣାର ପ୍ରାଥମିକ ତଦନ୍ତ ପରେ ଡିସିପି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଦାୟିତ୍ୱରେ ଘୋର ଅବହେଳା ଯୋଗୁଁ ସମ୍ପୃକ୍ତ ମହିଳା ଏଏସ୍‌ଆଇଙ୍କ ବିରୋଧରେ ଏହି ନିଲମ୍ବନ ଆଦେଶ ଦିଆଯାଇଛି।

Comments are closed, but trackbacks and pingbacks are open.