ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନ ହେଲେ ଏନସିବି ଡିଜି

25

ଓଡ଼ିଆ ପୁଅ ସତ୍ୟନାରାୟଣ ପ୍ରଧାନ ହେଲେ ଏନସିବି ଡିଜି । ଶାହାରୁଖଙ୍କ ପୁଅ ଡ୍ରଗ୍ସ ମାମଲାରେ ଧରାପଡିବା ପରେ ସତ୍ୟନାରାୟଣ ପ୍ରଧାନ କହିଥିଲେ, ‘ସିଏ ଯିଏ ହେଉନା କାହିଁକି ଆଇନର ଉଦ୍ଧ୍ୱର୍ରେ କେହି ନୁହଁନ୍ତି । ଅଭିଯୁକ୍ତଙ୍କୁ ଧରିବା ହେଉଛି ଆମର ମୁଖ୍ୟ ଉଦ୍ଦେଶ୍ୟ’ ।
ଝାଡଖଣ୍ଡ କ୍ୟାଡରର ୧୯୮୮ ବ୍ୟାଚର ଏହି ଆଇପିଏସ୍ ଅଫିସର ଏନଡିଆରଏଫ୍ ଡିଜି ଦାୟିତ୍ୱରେ ଥିବା ବରିଷ୍ଠ ଆଇପିଏସ ଅଫିସର ତଥା ଓଡ଼ିଆ ପୁଅ ସତ୍ୟ ନାରାୟଣ ପ୍ରଧାନଙ୍କୁ ଏନସିିବି ଡିଜି ଭାବେ ନିଯୁକ୍ତି ମିଳିଛି । ପୂର୍ବରୁ ଏନସିବିର ଡିଜି ଭାବେ ଅତିରିକ୍ତ ଦାୟିତ୍ୱରେ ଥିବା ସତ୍ୟବ୍ରତଙ୍କୁ ପୂର୍ଣ୍ଣକାଳୀନ ଡିଜି ଦାୟିତ୍ୱ ଦିଆଯାଇଛି । ଆଗାମୀ ୨୦୨୪ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ସେ ଏନସିବି ଡିଜି ଦାୟିତ୍ୱରେ ରହିବେ ।
ତେବେ ଗତକାଲି ସର୍ଦ୍ଦାର ବଲ୍ଲବଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀର ନିର୍ଦ୍ଦେଶକ ଥିବା ଅତୁଲ କରୱାଲଙ୍କୁ ଏନଡିଆରଏଫ୍ ଡିଜି ନିଯୁକ୍ତ କରାଯାଇଛି । ତେଣୁ ତୁରନ୍ତ ଏସ୍ ଏନ୍ ପ୍ରଧାନଙ୍କୁ ଏନଡିଆରଏଫ୍ ଡିଜି ପଦରୁ ଅବ୍ୟାହତି ଦେଇ ଏନସିବିର ଡିଜି ଭାବେ ଦାୟିତ୍ୱ ଦିଆଯାଇଛି ।
ପୂର୍ବରୁ ଏନଡିଆରଏଫ ଡିଜି ଥିବା ବେଳେ ଓଡ଼ିଶାରେ ଅନେକ ବାତ୍ୟା ସମୟରେ ସତ୍ୟନାରାୟଣ ଏନଡିଆରଏଫ ଡିଜି ଭାବେ ବେଶ ତତ୍ପରତା ଦେଖାଇଥିଲେ । ବାତ୍ୟା ପରବର୍ତ୍ତୀ ସମୟରେ ଉଦ୍ଧାର କାର୍ଯ୍ୟରେ ଏନଡିଆରଏଫ ଟିମ ଯେଉଁଭଳି କାର୍ଯ୍ୟ କରୁଥିଲା ସେଥିପାଇଁ ସତ୍ୟନାରାୟଣଙ୍କ ନିକଟକୁ ଓଡ଼ିଶାରୁ ପ୍ରଂଶସାର ସୁଅ ଛୁଟିଥିଲା । ଏହାସହ ଦେଶର ବଡ ବଡ ବିପର୍ଯ୍ୟୟ ମୁକାବିଲା ପାଇଁ ସତ୍ୟନାରାୟଣଙ୍କ ଆଗୁଆ ପ୍ରସ୍ତୁତି ଅନେକ ଜୀବନ ବଞ୍ଚାଇବାରେ ସହାୟକ ହୋଇଥିଲା ।

Leave A Reply

Your email address will not be published.